କନ୍ଧମାଳ ଜିଲ୍ଲା ସମିତିସଭ୍ୟ/ସଭ୍ୟା ବୈଠକ, ଅଧିକାର ପାଇଁ ଲଢ଼େଇ

କନ୍ଧମାଳ : କନ୍ଧମାଳ ଜିଲ୍ଲା ସମିତିସଭ୍ୟ/ସଭ୍ୟା ବୈଠକ ଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି ସମିତିସଭ୍ୟ ବୈଦ୍ୟନାଥ ବେହେରାଙ୍କ ନେତୃତ୍ୱରେ ଫୁଲବାଣୀ ସ୍ଥିତ ଅମଲାପଡ଼ା ମା’ ବ୍ରାହ୍ମଣୀ ଦେବୀ ମନ୍ଦିର ପ୍ରାଙ୍ଗଣ ରେ କନ୍ଧମାଳ ଜିଲ୍ଲା ସମିତିସଭ୍ୟ/ସଭ୍ୟାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ପ୍ରଶାସନିକ କ୍ଷେତ୍ରରେ ସମିତିସଭ୍ୟମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇ ସେମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଥିବାରୁ ସମସ୍ତଙ୍କ ଅସନ୍ତୋଷ ପ୍ରକାଶ କରି ଏହି ସମିତିସଭ୍ୟ ପଦବୀ କାହା ସ୍ୱାର୍ଥ ରେ ବୋଲି ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରିବାକୁ ଆଜିର ବୈଠକରେ ନିଷ୍ପତି ହୋଇଛି । ଜଣେ ସରପଂଚ ପଂଚାୟତରୁ ଯେମିତି ନିର୍ବାଚିତ ହୋଇ ଆସୁଛି ସେଭଳି ଜଣେ ସମିତିସଭ୍ୟ ମଧ୍ୟ ନିର୍ବାଚିତ ହୋଇ ଆସୁଛି । ହେଲେ ବ୍ଲକ ଅଧ୍ୟକ୍ଷ ପଦବୀ ନିର୍ବାଚନ ସେସହୋଇ ଗଲାପରେ ଆଉ ସମିତିସଭ୍ୟମାନକୁ ସେମାନଙ୍କ ଆଧିକାରରୁ ସମ୍ପୂର୍ଣ୍ଣ ବଂଚିତ ରଖା ଯାଉଥିବା ଯୋଗୁଁ ଜିଲ୍ଲାରେ ସମିତିସଭ୍ୟମାନେ ଏକତା ସୃଷ୍ଟି କରି ନିଜର ଅଧିକାରକୁ ଜାହିର କରିବାକୁ ଏହି ବୈଠର ମୁଖ୍ୟ ଉଦେଶ୍ୟ ବୋଲି ସମିତି ସଭ୍ୟମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।ଅଗାମି ଦିନରେ ସମିତିସଭ୍ୟ/ସଭ୍ୟା ଏକତ୍ରିତ ହୋଇ ଏହାର ପ୍ରତିବାଦ କରିବେ ଓ ସରକାର ନଶୁଣିଲେ ଆନେ୍ଦାଳନକୁ ଓଲ୍ହାହିବେ ବୋଲି ଚେତାବନୀ ଦେଇଛନ୍ତି । ଆସନ୍ତା ୧୭ ତାରିଖରେ ଜିଲ୍ଲାର କ”ନୂଆଗାଁ ଠାରେ ସମସ୍ତଙ୍କୁ ନେଇ ପୁଣି ଏକ ବିରାଟ ବୈଠକ ବସିବାପାଇଁ ସ୍ଥିରୀକୃତ ହୋଇଛି ।ଏଠାରେ ଯାହାସବୁ ନିଷ୍ପତି ହେବ ସେ ଅନୁସାରେ ଆଗକୁ କାର୍ଯ୍ୟକାରୀ କରାଯିବ ବୋଲି ଉପସ୍ଥିତ ସମିତିସଭ୍ୟ/ସଭ୍ୟାଙ୍କ ମତ ପ୍ରକାଶ କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *