କନ୍ଧମାଳ କୃଷକ ବିକଳ୍ପ କୃଷିରେ ଆଗଭର

କନ୍ଧମାଳ : କନ୍ଧମାଳ ଜିଲ୍ଲାର ଚାଷୀମାନେ ଏବେ ପାରମ୍ପରିକ ଚାଷ ଛାଡି ବିକଳ୍ପ କୃଷି ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ଜିଲ୍ଲାର ଅନେକ ସ୍ଥାନରେ ଏବେ ଷ୍ଟ୍ରବେରୀ, ଡ୍ରାଗନ ଫ୍ରୁଟ ଭଳି ଅର୍ଥକରୀ ଫଳଚାଷ ପରୀକ୍ଷା ମୂଳକ ଭାବେ ଆରମ୍ଭ ହୋଇଛି । କନ୍ଧମାଳର ମୃତିକା ସହିତ ଥଣ୍ଡା ଜଳବାୟୁ ଫଳଚାଷ ପାଇଁ ଉପଯୁକ୍ତ ବୋଲି କହନ୍ତି କୃଷି ବିଶାରଦ । ଏହାକୁ ନଜରରେ ରଖି ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ପ୍ରକାର ଫଳଚାଷ ପାଇଁ ଉଦ୍ୟମ ଚାଲିଛି । ଏବେ ଫିରିଙ୍ଗିଆର ଜଣେ ଚାଷୀ ନିଜ ବାଡିରେ ଅଙ୍ଗୁର ଫଳାଇ ଏ କ୍ଷେତ୍ରରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିଛନ୍ତି । ଫିରିଙ୍ଗିଆ ପଂଚାୟତ ସିତିକାପଟି ଗାଁ କାହ୍ନୁଚରଣ କହଁର ୫ ବର୍ଷ ତଳେ ଅଙ୍ଗୁର ଲତା ଆଣି ନିଜ ଘର ପାଖରେ ଲଗାଇ ଥିଲେ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଗଛରେ ଫଳ ଧରିଛି । ଏହା ଦେଖି ଉତ୍ସାହୀ ହୋଇ ପଡିଛନ୍ତି କାହ୍ନୁ । ଆଗକୁ ବ୍ୟବସାୟିକ ଭିତିରେ ଅଙ୍ଗୁର ଚାଷ ପାଇଁ ମନ ବଳାଇଛନ୍ତି । ଆଖପାଖର ଚାଷୀମାନଙ୍କ ମଧ୍ୟରେ ବି ଏ ନେଇ ଆଗ୍ରହ ପ୍ରକାଶ ପାଇଛି । ଫିରିଙ୍ଗିଆ ଜିଲ୍ଲା ପରିଷଦ ସଭ୍ୟା ଜୟଶ୍ରୀ କହଁର କାହ୍ନୁଙ୍କ ବାଡିରେ ଅଙ୍ଗୁର ଦେଖି ଖୁସି ବ୍ୟକ୍ତ କରିବା ସହ ଆଗାମୀ ଦିନରେ ସ୍ଥାନୀୟ ଚାଷୀଙ୍କ ଆର୍ôଥକ ସମୃଦ୍ଧି ନିମନ୍ତେ ଅଙ୍ଗୁର ଚାଷକୁ ପ୍ରୋତ୍ସାହନ ଦେବା ନେଇ ପ୍ରଶାସନ ସହିତ ଆଲୋଚନା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନାଯୋଗ୍ୟ, ଅଙ୍ଗୁର ସମେତ ବିଭିନ୍ନ ଫଳ ପାଇଁ ଓଡିଶା ଅନ୍ୟ ରାଜ୍ୟମାନଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଏ ଦିଗରେ କନ୍ଧମାଳ ଜିଲ୍ଲାକୁ ପରୀକ୍ଷା ମୂଳକ ଭାବେ ପ୍ରାଧାନ୍ୟ ଦେଲେ ଆଗାମୀ ଦିନରେ ଆମ ରାଜା ଏ କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ହୋଇ ପାରିବ ବୋଲି ମତ ପ୍ରକାଶ ପାଉଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *