କେନ୍ଦୁଝର : ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ଜୟହିନ୍ଦ କାର୍ଯ୍ୟକ୍ରମ

କେନ୍ଦୁଝର : ଜିଲ୍ଲା ସଂସ୍କୃତି ଭବନ କେନ୍ଦୁଝର ପରିସରରେ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ବୁଧବାର ଦିନ ‘ଜୟହିନ୍ଦ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ପ୍ରଣବ ରାଉତରାୟଙ୍କ ସରକାରୀ ସେବା ନିବୃତ ଦିବସକୁ ବୀର ଯବାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଏହି ସଭାରେ ଡଃ ଉପେନ୍ଦ୍ର ସାହୁ ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ବିଦାୟୀ ଶିକ୍ଷକଙ୍କ କର୍ତବ୍ୟନିଷ୍ଠା, ଛାତ୍ର ବତ୍ସଳତା, ଉତମ ସଂଗଠକ ଆଦିର ଗୁଣଗାନ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ କେନ୍ଦୁଝରଗଡ ପୌରପାଳିକାର ନିର୍ବାହୀ ଅଧିକାରୀ ଡ଼ ମଧୁସ୍ମିତା ସାମନ୍ତରାୟ, ସହ ବନ ସଂରକ୍ଷକ ଜିତେନ୍ଦ୍ର କୁମାର ବେହେରା ଏବଂ ମୁଖ୍ୟବକ୍ତା ଭାବେ ଉତର ଓଡିଶା ବିଶ୍ୱ ବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଫେସର ବବ୍ରୁବାହନ ମହାପାତ୍ର ଯୋଗ ଦେଇ ଏହିଭଳି ନିଆରା ଢଙ୍ଗରେ ଅବସର ଦିନ ପାଳନ କରିବା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶହୀଦ୍ ବୀର ଯବାନ ରତନ ପ୍ରଧାନ ଏବଂ ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । କେନ୍ଦୁଝର ଜିଲ୍ଲାର ଗର୍ବ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଉପଢୌକନ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହରିପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବାବୁଲାଲ ପଲେଇ କାର୍ଯ୍ୟକ୍ରମ ସମ୍ବଦ୍ଧରେ ବିସ୍ତୃତ ସୂଚନା ଦେଇଥିଲେ । ଏହି ଅବସରରେ ଜିଲ୍ଲାର ଅବସରପ୍ରାପ୍ତ ବୀର ଯବାନ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ଶିକ୍ଷକ, ଛାତ୍ରଛାତ୍ରୀ, ବନବିଭାଗ ଏବଂ ପୋଲିସ ବିଭାଗରୁ ଜଣେ କର୍ମଚାରୀଙ୍କୁ ଏହି ଜୟହିନ୍ଦ୍ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ରବିନ୍ଦ୍ର ନାଥ ନନ୍ଦ, ଲକ୍ଷ୍ମୀଧର ବେହେରା, ରମେଶ ଚନ୍ଦ୍ର ହୋତା, ହରିଶ ଚନ୍ଦ୍ର ପଢିଆରୀ, ତ୍ରିଲୋଚନ ମହାନ୍ତ, ବସନ୍ତ ସାହୁ, ହରିପ୍ରସାଦ ମିଶ୍ର, ନରୋତମ ବାରିକ, ମହେନ୍ଦ୍ର ମହାନ୍ତ, ଶରଚ ଚନ୍ଦ୍ର ମାଝୀ, ଟିକାୟତ ଚନ୍ଦ୍ର ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘର ଯୁଗ୍ମ ସମ୍ପାଦକ ବିଜୟ କୁମାର ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀ ରାଉତରାୟଙ୍କ ନିଆରା ଢଙ୍ଗରେ ସରକାରୀ ସେବା ନିବୃତ ଦିବସ ପାଳନ କରିବାକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *