ପିକଅପ ଭ୍ୟାନ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

Spread the love

ଜୟପୁର : ଜୟପୁର ସଦର ଥାନା ଅନ୍ତର୍ଗତ ଧୁରୁଡିପୁଟ ଠାରେ ପିକଅପ ଭ୍ୟାନ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ପଣସପୁଟ ବାଗ୍ରାର ଶ୍ୟାମ ଗାଧବା (୨୨) ।

ପୋଲିସର ସୂଚନା ଅନୁଯାୟୀ, ଏକ ପିକଅପ ଭ୍ୟାନ୍ ଜୟପୁର ଅଭିମୁଖେ ଆସୁଥିବା ବେଳେ ପଣସପୁଟ ବାଗ୍ରା ପଟୁ ଯାଉଥିବା ଏକ ବାଇକକୁ ଧୁରୁଡିପୁଟ ଠାରେ ଧକ୍କା ଦେଇଥିଲା । ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା । ଉତ୍ୟକ୍ତ ଲୋକ ସେଠାରେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ରେଡକ୍ରସ ପାଣ୍ଠିରୁ ଜୟପୁର ତହସିଲଦାର ସାଗରିକା ଷଡଙ୍ଗି ୧୦ ହଜାର ଟଙ୍କା କ୍ଷତିପୁରଣ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *