ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଙ୍କ ବରିଷ୍ଠ ନାଗରିକ ନିବାସ ଅଚାନକ ଗସ୍ତ

Spread the love

ଜୟପୁର : ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତଥା ଲୋକ ଅଦାଲତ ର ବିଚାରପତି ଶ୍ରୀ ସୁମନ ଜେନା ଆଜି ଅଚାନକ ଲମତାପୁଟ ବ୍ଲକ୍ ତୁସୁବା ଗ୍ରାମରେ ଥିବା ବରିଷ୍ଠ ନାଗରିକ ନିବାସ ଗସ୍ତ କରିଥିଲେ. ଏବଂ ସେଥିରେ ଯାଇ ସବୁ କଖ୍ୟ, ପାଇଖାନା, ପିଇବାପାଣି, ଶୋଇବା ଖଟ, ଖାଦ୍ୟ, ପୋଷାକ, ସ୍ୱାସ୍ଥ୍ୟ, ଉପସ୍ଥାପନା ଖାତା, କେଶ୍ ଡାଏରୀ, ନାମପଞ୍ଜିକରଣ ଖାତା ଇତ୍ୟାଦି ପରଖିଥିଲେ. ତାହା ସହିତ ରହୁଥିବା ଅନ୍ତେବାସୀ ମାନଙ୍କୁ ସିଧା ସଳଖ ପଚାରୀ ବୁଝିଥିଲେ ସେମାନଙ୍କ ଖାଦ୍ୟପେୟ, ରହିବାର ସୁବିଧା ଏବଂ ବାର୍ଦ୍ଦକ୍ୟ ଭତା ସୁବିଧା ଉପରେ ଏଥିରେ ଦେଖିବାକୁ ପାଇଥିଲେ ଯେ ତିନିଜଣଙ୍କର ଭାର୍ଦ୍ଦକ୍ୟ ଭତା ପାଇପାରୁ ବଂଚିତ ଅଛନ୍ତି । ତାହା କିପରି ସମାଧାନ ହୋଇପାରିବ ତାହା ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ଦାସ ଏବଂ ଗୀତା ଏନଜିଓ ର ଅନ୍ୟ ସଦସ୍ୟ ସହିତ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *