ଚୋରି ହୋଇଥିବା ୨୧ ଟି ମୋବାଇଲକୁ ଚୋରଙ୍କ ଠାରୁ ଉଧାର କରି ଲୋକଙ୍କୁ ଫେରାଇଲା ପୋଲିସ

Spread the love

ଜୟପୁର : କୋରାପୁଟ ସହରର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ମୋବାଇଲ କୁ ଜବତ କରିଛି ଟାଉନ ଥାନା ପୋଲିସ । କୋରାପୁଟ ଟାଉନ ଥାନା ଅଧିକାରୀ ଧିରେନ ପଟନାୟକଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଟିମ ୩ ଜଣ ଚୋରଙ୍କୁ ଗିରଫ କରିବାପରେ ତାଙ୍କର ସୂଚନା କ୍ରମେ ୨୧ ଗୋଟି ଚୋରି ମୋବାଇଲ ଉଧାର କରିଛି । ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳକୁ ଆପଣେଇ ମୋବାଇଲ ଗୁଡିକ ଠସବ କରି ଜବତ କରିଛି । ଯେଉଁ ମାନଙ୍କ ଠାରୁ ମୋବାଇଲ ଚୋରି ହୋଇଥିଲା ପ୍ରକୃତ ଲୋକଙ୍କୁ ଚିହ୍ନଟ କରି ମୋବାଇଲ ଗୁଡିକ ଫେରାଇଛି ଟାଉନ ଥାନା ପୋଲିସ । ଚୋରମାନଙ୍କୁ ଧରିବା ନେଇ ପୋଲିସ ପକ୍ଷରୁ ବ୍ୟାପକ ଧରପଗଡ ଜାରି ରହିଛି ବୋଲି କୋରାପୁଟ ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ନିଜର ବ୍ୟବହାର କରୁଥୁବା ମୂଲ୍ୟବାନ ଜିନିଷ ଗୁଡିକୁ ଯତ୍ନର ସହ ବ୍ୟବହାର କରିବା ସହ ଜିନିଷ ଗୁଡିକର କାଗଜ ପତ୍ର ସର୍ବଦା ଠିକ ଠାକ ରଖିବାକୁ ନିବେଦନ କରିଛନ୍ତି । ତେବେ କୋରାପୁଟ ପୋଲିସ ସଦା ବେଳେ ସାଧାରଣ ଲୋକଙ୍କ ବିପଦରେ ଠିଆ ହୋଇ ବନ୍ଧୁ ଭଳି ସହଯୋଗ କରିଆସୁଛି ଓ ଆଗାମୀ ଦିନରେ ପୋଲିସ ଓ ଜନ ସାଧାରଣଙ୍କ ମଧ୍ୟରେ ଅଧିକ ଉତମ ସମ୍ପର୍କ ରଖିବାକୁ ଯତ୍ନବାନ ରହିଛି ବୋଲି କହିଛନ୍ତି ।ଚୋରି ହୋଇଥିବା ମୋବାଇଲ କୁ ଫେରି ପାଇଥିବାରୁ ଲୋକେ ବେଶ ଖୁସି ପ୍ରକଟ କରିଛନ୍ତି ।

Leave a Reply

Your email address will not be published. Required fields are marked *