କୁଜଙ୍ଗ ପରିସଂଖ୍ୟାନ କାର୍ଯ୍ୟାଳୟରେ ଆରମ୍ଭରୁ ତାଲା

କୁଜଙ୍ଗ: ସରକାର ଜନସାଧାରଣଙ୍କ ହିତ ପାଇଁ ବହୁ ଉନ୍ନୟନମୂଳକ ଯୋଜନାରେ ରାଜସ୍ୱ ପାଣ୍ଠି ରୁ ଅର୍ଥ ଖର୍ଚ୍ଚ କରିବା ସହ ଉନ୍ନୟନ ର ସମୀକ୍ଷା ମଧ୍ୟ କରୁଛନ୍ତି। ମାତ୍ର ତାହା କେବଳ କାଗଜ କଲମ ରେ  ସମୀତ ରହଛି।  ଯାହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି କୁଜଙ୍ଗ ପରିସଂଖ୍ୟାନ କାର୍ଯ୍ୟାଳୟ। 2013 ମସିହାରୁ ନିର୍ମିତ୍ତ କାର୍ଯ୍ୟାଳୟ ଦୀର୍ଘ 10 ବର୍ଷ ଧରି କାର୍ଯ୍ୟାଳୟ ର ତାଲା ଖୋଲି ପାରୁ ନ ଥିବା ନେଇ ଅଭିଯୋଗ କରିଛନ୍ତି ଲୋକେ। ସରକାରୀ ଅବହେଳା ଓ ରାଜନୈତିକ ଇଛାଶକ୍ତି ର ଅଭାବ ଯୋଗୁଁ ସରକାରୀ ଅର୍ଥ ବିନିର୍ବ୍ୟୟ ହେଉଥିବା ଅଭିଯୋଗ ହୋଇଛି। ଏପରି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ସଦର ମହକୁମା କୁଜଙ୍ଗ ଠାରେ ।

କୁଜଙ୍ଗ ବ୍ଲକ ସଦରମହାକୁମା ରେ ଅବସ୍ଥିତ ପରିସଂଖ୍ୟାନ କାର୍ଯ୍ୟାଳୟ । ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଠାରୁ ମାତ୍ର 200 ମିଟର ଦୂରରେ ଥିବା ଏହି କାର୍ଯ୍ୟାଳୟ ଟି 2013 ମସିହା ରେ ନିର୍ମାଣ ହୋଇଥିବା ବେଳେ ଦୁଇ ଦୁଇ ଥର ମରାମତି ହୋଇସାରିଲାଣି। ମାତ୍ର କୁଜଙ୍ଗ ବାଲିତୁଠ ରାସ୍ତା କଡରେ ଥିବା ଉକ୍ତ କାର୍ଯ୍ୟାଳୟଟି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନପାରି ତାଲା ଝୁଲୁଛି। ଫାଟକ ରେ ଲଟା ମାଡ଼ି ଅବହେଳିତ ହୋଇପଡିଥିବା ନେଇ ଅଭିଯୋଗ ହୋଇଛି । ସଦର ମହକୁମାରେ ଅଙ୍ଗନବାଡି ଘର ଖଣ୍ଡିଏ ନ ଥିବା ବେଳେ ,ବ୍ଲକ ସ୍ତରରେ ହେଉଥିବା ଉନ୍ନୟନ କୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଜନତା ।

ବ୍ଲକ ସ୍ତରରେ ସମସ୍ତ ପ୍ରକାର ତଥ୍ୟ ରହିବା ଲକ୍ଷ୍ୟ ନେଇ ଉକ୍ତ କାର୍ଯ୍ୟାଳୟଟି ବ୍ଲକ ଇଞ୍ଜିନିୟଇରିଂ ବିଭାଗ ଦ୍ଵାରା ନିର୍ମାଣ କରାଯାଇଛି । ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସରକାରୀ ଅର୍ଥ ଖର୍ଚ୍ଚ ମଧ୍ୟ ହେଉଛି । ଉନ୍ନୟନ ମୂଳକ କାର୍ଯ୍ୟ ର ତଦାରଖ ଓ ସମୀକ୍ଷା ଖୋଦ ମନ୍ତ୍ରୀ, ବିଧାୟକ, ସାଂସଦ ଓ ଜିଲ୍ଲାପାଳଙ୍କ ଦ୍ୱାରା ହେଉଛି । ମାତ୍ର ତାହା କେବଳ ଲୋକଦେଖାଣିଆ ବୋଲି ପ୍ରଶ୍ନବାଚୀ ଉଠାଇଛନ୍ତି ବୁଦ୍ଧିଜୀବୀ । ସରକାରୀ କଳର ଅବହେଳା ତଥା ରାଜନୈତିକ ଇଛାଶକ୍ତି ର ଅଭାବ ଯୋଗୁଁ ଉନ୍ନୟନ ମୂଳକ ଯୋଜନା ସଠିକ କାର୍ଯ୍ୟକାରୀ ହୋଇପାରୁନଥିବା ନେଇ ମତ ପ୍ରକାଶ ପାଇଛି ।

ତେବେ ଏ ନେଇ ବ୍ଲକ ଇଂଜିନିଏଅରିଂ ବିଭାଗ ସହକାରୀ ଯନ୍ତ୍ରୀ କିଛି କହୁନଥିବା ବେଳେ ,ଘଟଣା ର ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ନକ୍ଷେତ୍ର ନ୍ୟୁଜ କୁ କହିଛନ୍ତି ଜଗତସିଂହପୁର ଜିଲ୍ଲା ଉନ୍ନୟନ ଅଧିକାରୀ ।

ତେବେ ଜନସାଧାରଣ ଙ୍କ ଟିକସ ଅର୍ଥ ରେ ନିର୍ମାଣ ପରିସଂଖ୍ୟାନ କାର୍ଯ୍ୟାଳୟ ର ତାଲା କେବେ ଖୋଲୁଛି ଓ କେବେ ପ୍ରଶାସନ ର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେଉଛି ଦେଖିବା ବାକି ରହିଛି ।

ରଶ୍ମୀରଞ୍ଜନ ମହାପାତ୍ରଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *