ଭଦ୍ରକ ଧୁସୁରୀ ଥାନା ଅସୁରାଳି ଅଞ୍ଚଳରେ ଥିବା ପ୍ରସିଦ୍ଧ ମା ବରୁଣେଇଙ୍କ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ କିଛି ଦୃର୍ବୁତ୍ତମାନେ ମନ୍ଦିର ଫାଟକ ଭାଙ୍ଗି ମା ଙ୍କ ସ୍ୱର୍ଣ୍ଣ ଅଳଂକାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ରାତିରେ ମା’ ଙ୍କ ପୂଜାର୍ଚ୍ଚନା ସରିବା ପରେ ମନ୍ଦିର ଫାଟକରେ ତାଲା ପକାଇ ୨ଜଣ ପୂଜକ ମନ୍ଦିର ପରିସରରେ ଥିବା ବାସ ଗୃହକୁ ଚାଲି ଯାଇଥିଲେ। ତେବେ ବିଳମ୍ୱିତ ରାତିରେ ମନ୍ଦିରର ଫାଟକ ଭାଙ୍ଗି ଦୁବୃର୍ତ୍ତ ମାନେ ମନ୍ଦିରରେ ପ୍ରବେଶ କରି ମା ପିନ୍ଧିଥିବା ସମସ୍ତ ସ୍ଵର୍ଣ୍ଣ ଅଳଙ୍କାର ଲୁଟି ନେଇଥିଲେ। ତେବେ ଆଜି ସକାଳୁ ପୂଜକ ମନ୍ଦିରକୁ ଆସିବା ପରେ ମନ୍ଦିର ଫାଟକରେ ଚାବି ଭାଙ୍ଗି ଥିବା ଦେଖିବାକୁ ପାଇଥିଲେ। ତେବେ ଏ ନେଇ ମନ୍ଦୀର କମିଟିକୁ ଜଣାଇଥିଲେ। ଦୂର୍ବୁର୍ତ୍ତମାନେ ମା ପିନ୍ଧିଥିବା ସମସ୍ତ ସ୍ଵର୍ଣ୍ଣ ଅଳଙ୍କାର ଗୁଡ଼ିକୁ ନେଇ ଯାଇଥିବା ଦେଖିବାକୁ ମିଳିଥିଲା। ପ୍ରାୟ ୩ଲକ୍ଷ ରୁ ଉର୍ଦ୍ଦ୍ୱ ଟଙ୍କାର ସ୍ଵର୍ଣ୍ଣ ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ କରିଛନ୍ତି କମିଟି ସଦସ୍ୟ। ଏ ନେଇ ଧୁସୁରି ଥାନାରେ ଲିଖିତ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now