ହାଇଦ୍ରାବାଦ: ତେଲେଙ୍ଗାନା ବ୍ୟାପୀ ଫୁଟିବ ପଦ୍ମ। ଏପରି ଦ୍ରୁଢୋକ୍ତି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାର ଦିନ ତେଲେଙ୍ଗାନାର ବେଗୁମପେଟ କ୍ଷେତ୍ରରେ ଏକ ବିଶାଳ ରାଲିକୁ ସମ୍ବୋଧନ କରିବା ଅବସରରେ ମୋଦି ତେଲେଙ୍ଗାନାରେ ପଦ୍ମ ଫୁଟିବ କହିବା ସହ ଗତ ଲୋକସଭା ନିର୍ବାଚନରେ ବିଜେପି କର୍ମକର୍ତ୍ତାଙ୍କ ପାଇଁ ଦଳ ୩୦୦ରୁ ଅଧିକ ଆସନ ଜିତିଥିବା କହିଥିଲେ।
ନିକଟରେ ମୁନୁଗୋଡେ ଉପନିର୍ବାଚନର ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ତେଲେଙ୍ଗାନାରେ ସୂର୍ଯ୍ୟଦୋୟ ହେବ ଓ ରାଜ୍ୟ ବ୍ୟାପୀ ପଦ୍ମ ଫୁଟିବ। ଏହି ଆସନରୁ ବିଜେପି ୮୬ହଜାର ଭୋଟ ହାସଲ କରିଥିଲା। ଅବଶ୍ୟ ବିଜେପି ପ୍ରାର୍ଥୀ କୋମାଟିରେଡ୍ଡି ରାଜଗୋପାଳ ରେଡି ଏହି ଆସନରେ ହାରିଥିଲେ, କିନ୍ତୁ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ।
ମୋଦି କହିଛନ୍ତି, ମୁନୁଗୋଡେ ଉପନିର୍ବାଚନ ବେଳେ ବିଜେପି ଆଶାତୀତ ଭାବେ ଭୋଟ ହାସଲ କରିଛି। ବିଜେପି କର୍ମକର୍ତ୍ତାମାନେ ଗୋଟିଏ ଆସନକୁ ପୂରା ତେଲେଙ୍ଗାନା ସରକାରକୁ ଆସିବାକୁ ବାଧ୍ୟ କରାଇଥିଲେ। ଏହି ନିର୍ବାଚନରୁ ତେଲେଙ୍ଗାନାବାସୀଙ୍କ ଆଶୀର୍ବାଦ ପଦ୍ମ ଉପରେ ରହିଥିବା ସ୍ପଷ୍ଟ ହୋଇଛି।
ଆଗକୁ ମୋଦି କହିଥିଲେ, ତେଲେଙ୍ଗନା ସହ ବିଜେପିର ନିବିଡ ସମ୍ପର୍କ ରହିଛି। ୧୯୮୪ରେ ଯେତେବେଳେ ଆନ୍ଧ୍ରରୁ ବିଜେପି ୨ଟି ଆସନ ହାସଲ କରିଥିଲା ଗୋଟିଏ ଆସି ଥିଲା ତେଲେଙ୍ଗାନାର ହନମକୋଣ୍ଡା।
Naxatra News is now on Whatsapp
Join and get latest news update delivered to you via whatsapp
Join Now