ପାଗଳ ଷଣ୍ଢ ଉତ୍ପାତ, ୪ ଆହତ

Spread the love

ନୂଆଦିଲ୍ଲୀ: ରାଜଧାନୀରେ ପାଗଳ ଷଣ୍ଢ ଆତଙ୍କ। ଉପଦ୍ରବ କରିବା ସହ ଏକାଧିକ ଲୋକଙ୍କୁ କରିଛି ଆକ୍ରମଣ। ଷଣ୍ଢ ଆକ୍ରମଣରେ 4ଜଣ ହୋଇଛନ୍ତି ଆହତ ଏବଂ ତନ୍ମଧ୍ୟରୁ ଜଣେ ଯୁବତୀ ଗୁରୁତର ଆହତ ହୋଇ ଏକ ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି।

ପାଗଳ ଷଣ୍ଢ ଉତ୍ପାତରେ ପଟିଆ ରେଳ ଷ୍ଟେସନ ଅଞ୍ଚଳରେ ଖେଳିଯାଇଛି ଆତଙ୍କ। ଦୁଇଦିନ ହେବ ସକାଳ ଓ ସନ୍ଧ୍ୟା ସମୟରେ ଷଣ୍ଢଟିର ଆକ୍ରମଣରେ 4ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ସକାଳେ  ଷଣ୍ଢର ଆକ୍ରମଣର ଶିକାର ହୋଇ ଦୁଇଜଣ ଆହତ ହୋଇଥିବା ବେଳେ ବର୍ତ୍ତମାନ ସୂଚନା ଅନୁସାରେ ପଟିଆ ଷ୍ଟେସନ ରାସ୍ତାରେ ପୁଣି ପାଗଳ ଷଣ୍ଢଟି ରଚିଚାଲିଛି ଉତ୍ପାତ । ବିଏମସିକୁ ଖବର ଦେବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ବିଏମସିର ସ୍ଥାଣୁତା ପାଇଁ  ଅନେକେ ହୋଇଛନ୍ତି ଷଣ୍ଢ ଆକ୍ରମଣର ଶିକାର, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ।

ସେପଟେ ଷଣ୍ଢ ଆତଙ୍କରେ ଲୋକଙ୍କ ଆଖିରୁ ନିଦ ହଜି ଗଲାଣି। ଏଥିପାଇଁ ଅଞ୍ଚଳବାସୀ ଠେଙ୍ଗା ବାଡ଼ି ଧରି ପାଗଳ ଷଣ୍ଢକୁ ଘଉଡାଇବା ସହିତ ଇଂଜଣା ଓ ପଟିଆ ଷ୍ଟେସନ ରାସ୍ତା ଦେଇ ଯାତାୟାତ କରୁଥିବା ସବୁ ଲୋକଙ୍କୁ ସତର୍କ କରୁଛନ୍ତି।

Leave a Reply

Your email address will not be published. Required fields are marked *