ହକି ବିଶ୍ୱକପ ପାଇଁ ପ୍ରସ୍ତୁତି

Spread the love

ଭୁବନେଶ୍ବର: ବିଏମସି ପିଛା ଛାଡ଼ୁନି ଅଳିଆ ସମସ୍ୟା l ସମାଧାନ ପାଇଁ ଘନଘନ ବସୁଛି ବୈଠକ l ହେଲେ ବିବାଦ ପିଛା ଛାଡ଼ୁନି ବିଏମସି ର l ଖୁବଶୀଘ୍ର ଅଳିଆ ଟେନସନ ଦୂର କରିବାକୁ ବିଏମସି ପ୍ରସ୍ତୁତ ହୋଇଥିବା ବେଳେ ଆଗକୁ ହେବାକୁ ଥିବା ହକି ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି l ସମ୍ପୂର୍ଣ୍ଣ ସହରକୁ ସୌନ୍ଦର୍ଯ୍ୟକରଣ କରାଯିବ ସହ ବାକି ଥିବା ସମସ୍ତ କାର୍ଯ୍ୟକୁ ପୁରା କରିବାକୁ ଲକ୍ଷ୍ୟ ରଖିଛି ବିଏମସି l

ହକି ବିଶ୍ୱକପ ପାଇଁ ସଜେଇ ହେବ ଭୁବନେଶ୍ୱର l ବିଏମସି ପରିଷ୍କାର ପରିଚ୍ଛନତା କୁ ଅଧିକ ଗୁରୁତ୍ୱ ଦେଉଛି l ପୁଣି ବିଦେଶୀ ଖେଳାଳୀଙ୍କ ମନ ଜିଣିବ ଭୁବନେଶ୍ୱର! ପ୍ରସ୍ତୁତି ବୈଠକ ମାଧ୍ୟମରେ ହକି ବିଶ୍ୱକପ ସମୟରେ ଭୁବନେଶ୍ୱର ସହରକୁ ସମ୍ପୂର୍ଣ୍ଣ ସାଜସଜା କରିବା ସହ ସୌନ୍ଦର୍ଯ୍ୟକରଣ କୁ ଗୁରୁତ୍ୱ ଦିଆଯିବ l ଏଥିପାଇଁ  ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ପ୍ରତିଦିନ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଉଛି l

ବିଏମସି ବୈଠକ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଥିଲା ତାତି l ମୁଖ୍ୟ ଓ ବଡ ସମସ୍ୟା ଗାର୍ବେଜକୁ ନେଇ ହୋଇଥିଲା ଘମାସାନ ଆଲୋଚନା l କିପରି ସମସ୍ୟା ଦୂର ହେବ ସେଦିଗରେ ବାଟ କାଢ଼ିବା ପାଇଁ ଚାଲିଥିଲା କଥାକଟାକଟି l ସେପଟେ ଯେଉଁ ଦୁଇଟି ଏଜେନସି ଏବେ କାର୍ଯ୍ୟ କରୁଛନ୍ତି, ଆବଶ୍ୟକ ପଡିଲେ ତାକୁ ବାତିଲ କରାଯାଇ ଗୋଟିଏ ଏଜେନସିକୁ କାମ ଦିଆଯିବ ବୋଲି ବୈଠକ ରେ ଆଲୋଚନା ହୋଇଥିଲା l ଅନ୍ୟପଟେ ଦୁଇଟି ମୃତ୍ୟୁ ଘଟଣା ଏବେ ବିଏମସି କୁ ସମ୍ପୂର୍ଣ୍ଣ ଅଡୁଆରେ ପକାଇଛି l ଯେଉଁଥିପାଇଁ ଦାରୁଠେଙ୍ଗ ଡ଼ମ୍ପିଙ୍ଗୟାର୍ଡ଼ ବନ୍ଦ ରହିଛି l ଏପଟେ ଗାର୍ବେଜ ସଫା କରିବା ଓ ରାତ୍ରୀକାଳୀନ ସଫେଇରେ ବିବାଦ ସୃଷ୍ଟି ହେବାସହ ଅଳିଆ ସଂଗ୍ରହ ପାଇଁ ଗାଡି ର ଅଭାବ l ଏସବୁ ସମସ୍ୟାକୁ ଦୂର କରିବା ପାଇଁ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ ତାହା ବିଗତ ଦିନରେ ବିଫଳ ହୋଇଛି l ତେଣୁ ଆଜିର ଆଲୋଚନା ପରେ ଏହି ଅଳିଆ ସମସ୍ୟା ଦୂର ହୋଇପାରେ ବୋଲି ପ୍ରତିକ୍ରିୟା ରଖିଛନ୍ତି କର୍ପୋରେଟର l

ଗାର୍ବେଜ ସମସ୍ୟାରେ ଅଣନିଶ୍ୱାସୀ ହେଲେଣି ରାଜଧାନୀବାସୀ l ସମସ୍ୟାର ସମାଧାନ କେବେ ତାହା ଦେଖିବାର କଥା l

Leave a Reply

Your email address will not be published. Required fields are marked *