ମୋବାଇଲ ସାଜିଲା କାଳ, କଥା ହେଉଥିବା ବେଳେ ଯୁକ୍ତ ୩ ଛାତ୍ରଙ୍କ ଗଲା ଜୀବନ

Spread the love

ମାଲକାନଗିରି : ମୋବାଇଲ ସାଜିଲା କାଳ କଥା ହେଉଥିବା ବେଳେ ଯୁକ୍ତ ୩ ଛାତ୍ର ଙ୍କ ଗଲା ଜୀବନ l ଏହିପରି ଏକ ଦୁଖଦଃ ଘଟଣା ଘଟିଛି କାଲିମେଳା ସଦର ଥାନା ନିକଟ ତାରିଣୀ ସାହିରେ l ମୃତକ ଛାତ୍ର ଜଣକ ହେଲେ କାଲିମେଳା ଗୋପବନ୍ଧୁ ଆଞ୍ଚଳିକ ମହା ବିଦ୍ୟାଳୟର ଯୁକ୍ତ ତିନି ର ପ୍ରଥମ ବର୍ଷ ର ଛାତ୍ର କାମା ମାଢି l ଘଟଣାଟି ଘଟିଛି ଗତକାଲି ରାତ୍ର ଆଠଟା ସମୟରେ l ଘଟଣାରୁ ଜଣା ଯାଇଛି , କାମା ମାଢି ଏବଂ ବସନ୍ତ,ମାଢି, ଦୁହେଁ ତାରିଣୀ ସାହି ରେ ଖାଲି ରହିଥିବା ଭଉଣୀ ଘରେ ରହି ଦୁହେଁ କଲେଜ ରେ ପାଠ ପଢ଼ନ୍ତି, କିଛି ଦିନ ହେଲା କାମା ନିଜ ଗ୍ରାମକୁ ଯାଇଥିଲେ । ଆଗାମୀ ଏକ ତାରିଖ ରେ କଲେଜ ଯିବାକୁ ଗତକାଲି କାଲିମେଳା ଆସିଥିଲେ l ସଂଧ୍ୟା ସମୟରେ ରୋଷେଇ ସାରି କାମା ଘର ମଧ୍ୟରେ ମୋବାଇଲରେ କାହା ସହ କଥା ହେଉଥିବାବେଳେ ହଠାତ ତଳେ ପଡି ଯାଇ ଥିଲେ । ବସନ୍ତ ବାହାରୁ ଆସି ଦେଖିଲାବେଳକୁ କାମା ତଳେ ପଡିଥିଲେ । ଏହା ଦେଖି ସେ ସଙ୍ଗେ ସଙ୍ଗେ ପଡୋଶୀଙ୍କୁ ଖବର ଦେଇଥିଲେ । ପଡୋଶୀ ମାନେ ଆସି ଆମ୍ବୁଲାନ୍ସ ଡାକି କାଲିମେଳା ସ୍ଵାସ୍ତ୍ୟ କେନ୍ଦ୍ରକୁ ଆଣିଥିଲେ ଓ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l କାମା ବାମ ହାତରେ ମୋବାଇଲ ଧରି କଥା ହେଉଥିଲେ । ତାଙ୍କର ସେହି ବାମ ହାତଟି ପୋଡି ଯାଇଥିବା ଦେଖିବାକୁ ମିଳିଛି l କାମାଙ୍କ ଘର ପଡିଆ ବ୍ଲକ ଗିରକାନ ପଲ୍ଲୀ ପଞ୍ଚାୟତ କସା ଗୁଡା ଗ୍ରାମରେ। ସ୍ୱର୍ଗତ ଆଡ଼ମା ମାଢିଙ୍କ ପୁତ୍ର କାମା ମାଢି l ବସନ୍ତ ମାଢି ତାଙ୍କରି ଗ୍ରାମର ବୋଲି ଜଣା ଯାଇଛି l ବସନ୍ତ ଅର୍ଥ ଅଭାବରୁ ଯୁକ୍ତ ୩ ରେ ନାମ ଲେଖାଇ ନପାରି ଏକ ଗ୍ୟାରେଜରେ କାମ କରନ୍ତି । ଗ୍ୟାରେଜ କାମ ସାରି ଘରକୁ ଫେରି ଏପରି ଦୃଶ୍ୟ ଦେଖୀଥିଲେ ବସନ୍ତ l

Leave a Reply

Your email address will not be published. Required fields are marked *