ମାଲକାନଗିରି ଜିଲ୍ଲାର ବିକାଶ ପାଇଁ ଗତ ଆର୍ଥିକ ବର୍ଷ ୨୦୨୨-୨୩ ରେ ୧ କୋଟି ୬ ଲକ୍ଷ ଟଙ୍କାର ସାଂସଦ ପାଣ୍ଠିରୁ ଅନୁଦାନ ପ୍ରଦାନ

Spread the love

ମାଲକାନଗିର : ବିକାଶର ନୂଆ ରାସ୍ତାରେ ଆଗକୁ ବଢୁଛି ମାଲକାନଗିରି ଜିଲ୍ଲା । ଲୋକଙ୍କ ସୁବିଧା ତଥା ଜିଲ୍ଲାର ପ୍ରଗତିକୁ ପ୍ରାଥମିକତା ଦେଇ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ନେତୃତ୍ୱରେ ହେବାକୁ ଯାଉଥିବା ବିଭିନ୍ନ ଲୋକାଭିମୁଖୀ ଜନ କଲ୍ୟାଣ କାର୍ଯ୍ୟ ଜିଲ୍ଲାକୁ ପର୍ଯ୍ୟଟନ, ଗମନାଗମନ, ଜଳସେଚନ ଆଦି ଅନେକ କ୍ଷେତ୍ରରେ ଅଗ୍ରଣୀ ହେଉଛି ମାଲକାନଗିରି ଜିଲ୍ଲା । ମାଲକାନଗିରି ଜିଲ୍ଲାକୁ ସାଂସଦ ରମେଶ ଚନ୍ଦ୍ର ମାଝୀ ସବୁବେଳେ ବିକାଶ ରେ ପ୍ରାଥମିକତା ଦେଇ ବାରମ୍ବାର ମାଲକାନଗିରି ଜିଲ୍ଲା ଗ୍ରସ୍ତରେ ଆସି ଲୋକଙ୍କ ସୁବିଧା ଅସୁବିଧାରେ ଜଡିତ ରହୁଛନ୍ତି । ମାଲକାନଗିରି ଜିଲ୍ଲାର ବିକାଶ ପାଇଁ ଗତ ଆର୍ôଥକ ବର୍ଷ ୨୦୨୨-୨୩ ରେ ୧ କୋଟି ୬ ଲକ୍ଷ ଟଙ୍କାର ସାଂସଦ ପାଣ୍ଠି ଅନୁଦାନ ମାନ୍ୟବର ସାଂସଦ ରମେଶ ଚନ୍ଦ୍ର ମାଝୀ ପ୍ରଦାନ କରିଛନ୍ତି । ସାଂସଦଙ୍କ ଏହି ୧ କୋଟି ୬ ଲକ୍ଷ ଟଙ୍କାର ସାଂସଦ ଅନୁଦାନ ପାଣ୍ଠି ଅ ନୁଦାନ ମଧ୍ୟରେ ମାଲକାନଗିରି ପୌର ପରିଷଦର ବିଭିନ୍ନ ୱାର୍ଡରେ ୧୩ ଟି ପ୍ରକଳ୍ପ ପାଇଁ ୨୭ ଲକ୍ଷ ଟଙ୍କା, ମାଲକାନଗିରି ବ୍ଲକ ର ବିଭିନ ଗ୍ରାମ ପଂଚାୟତ ରେ ୧୦ ଟି ପ୍ରକଳ୍ପ ପାଇଁ ୨୦ ଲକ୍ଷ ଟଙ୍କା, ପଡିଆ ବ୍ଲକ ର ବିଭିନ୍ନ ପଂଚାୟତ ରେ ୯ ଟି ପ୍ରକଳ୍ପ ପାଇଁ ୨୦ ଲକ୍ଷ ଟଙ୍କା, କାଲିମେଳା ବ୍ଲକର ବିଭିନ୍ନ ପଂଚାୟତରେ ୫ଟି ପ୍ରକଳ୍ପ ପାଇଁ ୧୦ ଲକ୍ଷ, କରୁକୋଣ୍ଡା ବ୍ଲକ ର ବିଭିନ୍ନ ପଂଚାୟତରେ ୨ ଟି ପ୍ରକଳ୍ପ ପାଇଁ ୮ ଲକ୍ଷ ଟଙ୍କା ,ମାଥିଲି ବ୍ଲକ ର ବିଭିନ୍ନ ପଂଚାୟତ ରେ ୫ଟି ପ୍ରକଳ୍ପ ପାଇଁ ୧୫ ଲକ୍ଷ ଟଙ୍କା ଓ ବାଲିମେଳା ଏନ୍‌ଏସିର ବିଭିନ ୱାର୍ଡ ରେ ୨ଟି ପ୍ରକଳ୍ପ ପାଇଁ ୬ ଲକ୍ଷ ଟଙ୍କା ଅନୁଦାନ ସାଂସଦ ପାଣ୍ଠି ପ୍ରଦାନ କରିଛନ୍ତି । ଏଥିରେ ମାଲକାନଗିରି ଜିଲ୍ଲାର ପୌର ପରିଷଦ, ମାଲକାନଗିରି ବ୍ଲକ ,ପଡିଆ ବ୍ଲକ, କାଲିମେଳା ବ୍ଲକ କରୁକୋଣ୍ଡା ବ୍ଲକ, ମାଥିଲି ବ୍ଲକ ଓ ବାଲିମେଳା ଏନ୍ ଏ ସି ର ସମସ୍ତ ଜନ ସାଧାରଣ ଓ ମାଲକାନଗିରି ବିଜୁ ଜନତା ଦଳର ସମସ୍ତ କର୍ମକର୍ତା ଅନେକ ଖୁସି ବ୍ୟକ୍ତ କରିବା ସହ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀଙ୍କୁ ସାଧୁବାଦ ଓ ଧନ୍ୟବାଦ ଜ୍ଞାପନ କରିଛନ୍ତି!

Leave a Reply

Your email address will not be published. Required fields are marked *