ଯକ୍ଷ୍ମା ରୋଗୀଙ୍କ ପୋଷ୍ୟ ଓ ପୋଷଣ ଅଭିଯାନ ର ୬ ମାସ ଫୁର୍ତି ଅବସରରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

Spread the love

ମାଲକାନଗିରି : କୁଡୁମୁଲୁଗୁମ୍ମା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ୬ ମାସ ତଳେ ଏହି ଅଞ୍ଚଳର କିଛି ବଦାନ୍ୟ ବ୍ୟକ୍ତି ପାଖାପାଖି ୬୩ ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିବା ଓ ଆନ୍ତରିକତା ସହ ସେମାନଙ୍କୁ ବିଭିନ୍ନ ପ୍ରକାରର ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବା ନିମନ୍ତେ ସଙ୍କଳ୍ପ ନେଇ ଯକ୍ଷ୍ମା ରୋଗୀଙ୍କ ପୋଷ୍ୟ ଓ ପୋଷଣ ଅଭିଯାନ ରେ ସାମିଲ ହୋଇଥିଲେ । ଆଜି ସେହି ଅଭିଯାନର ୬ ମାସ ଫୁର୍ତି ଅବସରରେ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ. ସନ୍ତୋଷ କୁମାର ଷଡଙ୍ଗୀ ସମ୍ବର୍ଦ୍ଧିତ କରିଥିବା ଜଣାପଡିଛି । ଡ଼. ଷଡ଼ଙ୍ଗୀ କହିଛନ୍ତି ଯେ ଏଭଳି କେତେଜଣ ବଦାନ୍ୟ ବ୍ୟକ୍ତିଙ୍କ ଯୋଗୁଁ ଯକ୍ଷ୍ମା ନିରାକରଣ ଅଭିଯାନ ବେଶ୍ ସଫଳତା ଅର୍ଜନ କରିବା ସହ ଯକ୍ଷ୍ମା ରୋଗୀମାନେ ରୋଗମୁକ୍ତ ହୋଇ ପୃଷ୍ଟିକର ଯୁକ୍ତ ସନ୍ତୁଳିତ ଖାଦ୍ୟ ନିୟମିତ ଖାଇ ହୃଷ୍ଟପୁଷ୍ଟ ଅଛନ୍ତି । ଆଜିର ଏହି ନିରାଡମ୍ବର କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ର କନିଷ୍ଠ ଯନ୍ତ୍ରୀ ଇପ୍ସ ନବଘନ ଖିଲ ଉପସ୍ଥିତ ରହି ନିଜେ ପୋଷ୍ୟ ଭାବେ ଗ୍ରହଣ କରିଥିବା ଦୁଇଜଣ ଯକ୍ଷ୍ମା ରୋଗୀଙ୍କ ଅନ୍ତିମ ଅବଧି ର ପୋଷକ ଖାଦ୍ୟ ପ୍ୟାକେଟ ଦୁଇଟିକୁ ରୋଗୀଙ୍କ ଉଦ୍ଧେଶ୍ୟରେ ଉକ୍ତ ଅଂଚଳର ଆଶା କର୍ମୀଙ୍କୁ ହସ୍ତାନ୍ତର କରିଥିଲେ । ପ୍ରକାଶ ଥାଉକି ଗତ ୬ ମାସର ପୃଷ୍ଟିକର ପୋଷକ ଖାଦ୍ୟ ଯୋଗାଇ ଦେବା ନିମନ୍ତେ ମାଲକାନଗିରି ଜିଲ୍ଲାର ଡ. ଧନେଶ୍ୱର ମହାପାତ୍ର, ଡ. ସନ୍ତୋଷ କୁମାର ଷଡଙ୍ଗୀ, ଅଜିତ୍ କୁମାର ଷଡଙ୍ଗୀ, ସୁରେନ୍ଦ୍ର କୁମାର ସାହୁ,ରାଜେଶ୍ୱର ଖିଲ, ଶଶାଙ୍କ ଶେଖର କର,ମମତା ପାଣିଗ୍ରାହୀ, ବିଭୁତି ଭୁଷଣ ସୁତାର, ଅଭିପ୍ସା ଦାସ୍‌, ତପସ୍ୱିନୀ ପଣ୍ଡା ଓ ଦିଲ୍ଲିପ କୁମାର ଗଣ୍ଡ ପ୍ରମୁଖଙ୍କୁ ଏଭଳି ସାମାଜିକ ସହଯୋଗ ନିମନ୍ତେ କୁଡୁମୁଲୁଗୁମ୍ମା ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଧନ୍ୟବାଦ ଦେବା ସହ ଏହିପରି ମାନବିକତା ଅଭିଯାନ ରେ ଅନ୍ୟ ବଦାନ୍ୟ ବ୍ୟକ୍ତି ମାନଙ୍କ ସହଯୋଗ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *