ଓଡିଶା ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Spread the love

MAMATA BANARJEE_PKG

() ଓଡିଶା ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦ୍ୱିତୀୟ ଦିନରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ସ୍ବତନ୍ତ୍ର ଅତିଥି ଭବନର ଜାଗା ବୁଲି ଦେଖିଛନ୍ତି ଦିଦି ଅନ୍ୟପଟେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ସ୍ୱରାଜ୍ୟ ଫେରିଯିବାର କାର୍ଯ୍ୟକ୍ରମ ରହିଛି

ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କଡା ସୁରକ୍ଷା ବଳୟ ଭିତରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମମତା। ଶ୍ରୀମନ୍ଦିର ସେବାୟତଙ୍କ ପକ୍ଷରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ପରେ ମନ୍ଦିରକୁ ପାଛୋଟି ନେଇଥିଲେ ସେବାୟତ। ମହାପ୍ରଭୁଙ୍କ ଦର୍ଶନ  କରି ଭାବ ବିହ୍ୱଳ ହେଲେ ମମତା  l ଭିତର ବେଢ଼ା ପରିକ୍ରମା କରି ବିମଳା ମନ୍ଦିର ଲକ୍ଷ୍ମୀ ମନ୍ଦିର ଦର୍ଶନ କରି ବାନା ପରିବର୍ତ୍ତନ ନୀତିକୁ  କୀର୍ତ୍ତନ ଚକଡା଼ରେ ଦର୍ଶନ କଲେ। ତେବେ ତାଙ୍କର କୌଳିକ ପଣ୍ଡା ରାମକୃଷ୍ଣ ଦାସମହାପାତ୍ର ମମତାଙ୍କ ନାଁରେ ମାନସିକ ବାନା ଚଢ଼େଇଲେ। ମାନସିକ ପାଇଁ ବେଢା ପରିସରରେ ବିଶେଷ ପୂଜାଅର୍ଚ୍ଚନା କରାଯାଇଛି। ଏହାସହ ମହାପ୍ରଭୁଙ୍କୁ ଭୋଗ ଅର୍ପଣ କରିବା ସହ ପୁରୀ ହେଉଛି ମୋର ପ୍ରଥମ ଘର ବୋଲି କହିଛନ୍ତି ମମତା ବାନାର୍ଜୀ।

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଦିଙ୍କୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି।

ଅପରପକ୍ଷେ ପୁରୀରେ ପଶ୍ଚିମବଙ୍ଗ ସରକାର ସ୍ବତନ୍ତ୍ର ଅତିଥି ଭବନ ତିଆରି କରିବେ। ପଶ୍ଚିମବଙ୍ଗ ପର୍ଯ୍ୟଟକଙ୍କ ପାଇଁ ଏହି ଗେଷ୍ଟ ହାଉସ ତିଆରି ହେବ। ୫ ଏକର ଜମିରେ ନିର୍ମାଣ କରାଯିବ ଅତିଥି ଭବନ। ଏଥିପାଇଁ ପ୍ରସ୍ତାବିତ ଜାଗା ଅନୁଧ୍ୟାନ କରିଛନ୍ତି ମମତା। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଓଡିଶା ସରକାର ଏହି ଜାଗା ଯୋଗାଇ ଦେଇଛନ୍ତି। ସେପଟେ ଓଡିଶା ସରକାର ଯୋଗାଇ ଦେଇଥିବା ଜାଗା ଦେଖି ଖୁସି ଅଛନ୍ତି ମମତା ବାନାର୍ଜୀ। ଏଥିପାଇଁ ସେ ନବୀନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆସନ୍ତାକାଲି ଭେଟିବେ ମମତା ବାନାର୍ଜୀ l ହକି ବିଶ୍ୱକପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସେ ଯୋଗଦେଇପାରିନଥିଲେ। ସେଥିପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବେ।

ସମ୍ବିତ ମିଶ୍ରଙ୍କ ସହ ଶିବପ୍ରସାଦ ଦାସଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *