ମାର୍ଚ୍ଚ ୧୦ ରୁ ୧୭ ମାଟ୍ରିକ ସମ୍ମେଟିଭ ୨ ପରୀକ୍ଷା

()ମାର୍ଚ୍ଚ ୧୦ ରୁ ୧୭ ମାଟ୍ରିକ ସମ୍ମେଟିଭ ୨ ପରୀକ୍ଷାମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ସାରା ରାଜ୍ୟରେ ମାଟ୍ରିକ ସହ ମଧ୍ୟମା ଓ ଏସ ଓ ଏସ ପରୀକ୍ଷା ଏକ ସାଙ୍ଗରେ ବି ହେବ । ରାଜ୍ୟର ୩୦୨୯ ପରୀକ୍ଷା କେନ୍ଦ୍ରରେ ପାଖପାଖି ୫ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ତେବେ ଖୁବଶୀଘ୍ର ଛାତ୍ରଛାତ୍ରୀ ଫର୍ମଫିଲପ କରିବେ ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି।
ଆସନ୍ତା ମାର୍ଚ୍ଚ ୧୦ ରୁ ଆରମ୍ଭ ହେବ ଚଳିତ ବର୍ଷର ମାଟ୍ରିକ ସମ୍ମେଟିଭ ୨ ପରୀକ୍ଷା। ମାଟ୍ରିକ ସହ ମାଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ବି ଦେବେ ପରୀକ୍ଷା। ଚଳିତ ବର୍ଷ ୫ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା। ଏ ନେଇ ବୋର୍ଡ଼ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରାଯାଇଛି। ମାର୍ଚ୍ଚ ୧୦ରୁ ୧୭ ପର୍ଯ୍ୟନ୍ତ ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏହାଛଡା ଭୋକେସନଲ ଟ୍ରେଡ଼ର ପ୍ରାକ୍ଟିକାଲ ପରୀକ୍ଷା ୧୫ ଫେବୃଆରୀରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି।
ଅପରପକ୍ଷେ ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଶ୍ନପତ୍ର ସମାନ ରହିବ। ସମ୍ମେଟିଭ ୧ ଭଳି ସମାନ ପାଟର୍ନ ରହିବ ସମେଟିଭ ୨ ପାଇଁ। ଏଥିପାଇଁ ୧୧ ନଭେମ୍ବରରୁ ପ୍ରଶ୍ନପତ୍ରର ଢାଞ୍ଚା ବୋର୍ଡ଼ର ୱେବ ସାଇଟରେ ଉପଲବ୍ଧ କରାଯାଇଛି। ଶତ ପ୍ରତିଶତ ସିଲାବସ ଅନୁଯାୟୀ ମାଟ୍ରିକ ପରୀକ୍ଷା କରାଯିବ। ତେବେ ଖୁବଶୀଘ୍ର ମାଟ୍ରିକ ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ବୋର୍ଡ଼ ଉପସଭାପତି କହିଛନ୍ତି। ତେବେ ସମ୍ମେଟିଭ ୧ ଭଳି ଏଥର ବି ୩୦୨୯ ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୩୧୬ ଟି ନୋଡାଲ ସେଣ୍ଟର ରହିବ, ଯେଉଁଠି ମାଓ ପ୍ରଭାବିତ ଅଂଚଳର ୨୨ ଟି ନୋଡାଲ ସେଣ୍ଟର ଥାନା ମାନଙ୍କରେ ହେବ।
କେବଳ ମାଟ୍ରିକ ନୁହେଁ ବରଂ ନବମ ଶ୍ରେଣୀର ଫାଇନାଲ ପରୀକ୍ଷା ଫେବୃଆରୀ ମାସରେ ଶେଷ କରାଯିବା ସହ ମାର୍ଚ୍ଚ ଶେଷ ସପ୍ତାହରେ ଫଳ ପ୍ରକାଶ କରାଯିବ। ଏବଂ ଏପ୍ରିଲ ୧ ରୁ ନୂଆ ସେସନ ଆରମ୍ଭ କରାଯିବ।
ଦୀପ୍ତିରଞ୍ଜନ ଶତପଥି