ମାର୍ଚ୍ଚ 10ରେ ମାଟ୍ରିକ ସମ୍ମେଟିଭ

() ଆସନ୍ତା ୧୦ ତାରିଖରୁ ୨୦ ତାରିଖ ଯାଏଁ ହେବ ମାଟ୍ରିକ ସମ୍ମେଟିଭ-2 ପରୀକ୍ଷା । ଏନେଇ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ସୂଚୀ । ଚଳିତବର୍ଷ ୩ହଜାର ୨୯ଟି କେନ୍ଦ୍ରରେ ୫ଲକ୍ଷ ୩୩ହଜାର ୭୧୨ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେପଟେ ମାର୍ଚ୍ଚ ୧ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ହେବ । ଉଭୟ ପରୀକ୍ଷା ପାଇଁ ବୋର୍ଡ ଏବଂ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

  ପ୍ରକାଶ ପାଇଲା ମାଟ୍ରିକ ସୂଚୀ। ମାର୍ଚ୍ଚ 10ତାରିଖରୁ ଆରମ୍ଭ ହେବ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା । ୧୦ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସକାଳ 8ଟା ରୁ 10ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଚଳିତବର୍ଷ ୩ହଜାର ୨୯ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଆୟୋଜିତ ହେଉଛି। ମୋଟ ୫ଲକ୍ଷ ୩୩ହଜାର ୭୧୨ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେବେ। ସେହିପରି ମଧ୍ୟମାରେ ୨୯୧୪ ପରୀକ୍ଷାର୍ଥୀଙ୍କ ଲାଗି ୧୦୮ଟି କେନ୍ଦ୍ର ଏବଂ ମୁକ୍ତ ବିଦ୍ୟାଳୟରେ ୭୧୮୧ ପରୀକ୍ଷାର୍ଥୀଙ୍କ ପାଇଁ ୧୪୬ଟି ସେଣ୍ଚର କରାଯାଇଛି। ଏନେଇ ବୋର୍ଡ ଓ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୋକେସନାଲ ଟ୍ରେଡ ବ୍ୟତିତ ଅନ୍ୟ ସମସ୍ତ ବିଷୟରେ ୮୦ମାର୍କ ପରୀକ୍ଷା କରାଯିବ। ୫୦ନମ୍ବର ସଂକ୍ଷିପ୍ତ ପ୍ରଶ୍ନ ରହିବ, ଯାହାର ଉତ୍ତର ଓଏମଆର ସିଟରେ ଭର୍ତ୍ତି କରାଯିବ। ଅବଶିଷ୍ଟ ୩୦ମାର୍କ ସବଜେକ୍ଟିଭ ପ୍ରଶ୍ନ ରହିବ। ତେବେ ଏହାର ଉତ୍ତର ଛାତ୍ରଛାତ୍ରୀମାନେ ବୁକଲେଟରେ ଲେଖିବେ। ତେବେ ଗଣିତରେ ପିଲାମାନଙ୍କୁ ଅଧିକ 15ମିନିଟ ସମୟ ଦିଆଯିବ।

ମାର୍ଚ୍ଚ 10ରେ ମାଟ୍ରିକ ସମ୍ମେଟିଭ- 2 ଏବଂ ମାର୍ଚ୍ଚ 1 ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ହେବ। ଏନେଇ ବୋର୍ଡ ଏବଂ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ତା ଗ୍ରହଣ କରଯାଇଛି। ଜିଲ୍ଲା ପ୍ରଶାସନର ସହଯୋଗ ନେଇ ପରୀକ୍ଷାକୁ ଶୃଙ୍ଖଳିତ ଭାବେ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ମାଟ୍ରିକରେ ଚଳିତ ବର୍ଷ ସମ୍ମେଟିଭ ପ୍ରକ୍ରିୟାରେ ପରୀକ୍ଷା କରାଯାଉଛି। ଆଗାମୀ ବର୍ଷ ଏହି ପ୍ରକ୍ରିୟାରେ ପରୀକ୍ଷା ହେବ କି ନାହିଁ, ଫଳ ପ୍ରକାଶ ପରେ ସେନେଇ ନିଷ୍ପତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

ଅପରପକ୍ଷେ ମଧ୍ୟମା ବା ସଂସ୍କୃତ ଟୋଲରେ ସର୍ବମୋଟ ୬୦ମାର୍କରେ ପରୀକ୍ଷା କରାଯିବ। ଭୋକେସନାଲ ଟ୍ରେଡ ପ୍ରାକ୍ଟିକାଲ ପରୀକ୍ଷା ନିଜ ନିଜ ସ୍କୁଲରେ ଫେବୃଆରୀ ୧୫ରୁ ୧୮ ତାରିଖ ମଧ୍ୟରେ କରାଯିବ।।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *