() ବଲାଙ୍ଗୀର ଜିଲ୍ଲା ପରିଷଦ ବୈଠକରେ ବିଧାୟକ-ଜିଲ୍ଲାପାଳ ମୁହାଁମୁହିଁ। ସରକାରଙ୍କ ଯୋଜନାକୁ ଜିଲ୍ଲାପାଳ ମୋଡିମକଚି ଦେଉଥିବା ଅଭିଯୋଗ ଆଣିଲେ ବିଧାୟକ । ଜନପ୍ରତିନିଧିଙ୍କୁ ନ ପଚାରି ମନଇଛା ଜିଲ୍ଲାପାଳ କାମ କରୁଥିବା ଅଭିଯୋଗ ଆଣିଥିଲେ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ଟୁକୁନି ସାହୁ । ନିୟମିତ ବୈଠକ ନବସିବାରୁ ଅସନ୍ତୋଷ ଦେଖିବାକୁ ମିଳୁଛି ବୋଲି ସ୍ୱୀକାର କରିବା ସହ ଆପୋଷ ବୁଝାମଣାରେ ସବୁ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ।
ବିଧାୟକ-ଜିଲ୍ଲାପାଳ ମୁହାଁମୁହିଁ । ଯୁକ୍ତିତର୍କ ଏଭଳି ହେଲା ଯେ ଅଭାବନୀୟ ସ୍ଥିତି ଦେଖିଲେ ଅଞ୍ଚଳବାସୀ । ସେ ପ୍ରଶାସନିକ ଅଧିକାରୀ ନୁହଁନ୍ତି ବରଂ ବିଜେଡିର ଏଜେଣ୍ଟ! ଜନପ୍ରତିନିଧିଙ୍କୁ ବେଖାତିର କରୁଛନ୍ତି । ମନଇଛା ସରକାରୀ ଯୋଜନାର ନିତିନିୟମକୁ ମୋଡିମକଚି ଦେଉଛନ୍ତି। ବିଜୁ କେବିକେ ଯୋଜନାର ଅର୍ଥ ରାଶି କୁ ବେପରୁଆ ଭାବରେ ଖର୍ଚ୍ଚ କରୁଛନ୍ତି । ଗୋଟିଏ ସ୍କିମ ର ଅର୍ଥକୁ ଅନ୍ୟଆଡେ ଡାଇଭର୍ଟ କରୁଛନ୍ତି । ଏଭଳି ଢଙ୍ଗରେ ଜିଲ୍ଲପାଳଙ୍କ ଉପରେ ଅଭିଯୋଗ ଆଣି ବର୍ଷିଛନ୍ତି କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂ ସାଲୁଜା। ଖାଲି ସେତିକି ନୁହେଁ ବଲାଙ୍ଗୀର ଜିଲ୍ଲାରେ ଯେତେ ସବୁ ସରକାରୀ ଯୋଜନା ଚାଲିଛି ତାହା ଜିଲ୍ଲାପାଳଙ୍କ ଇଚ୍ଛାରେ ଚାଲିଛି । ସବୁ ଯୋଜନା ହରିଲୁଟ ହେଉଛି, ଅନୁଦାନ ଦେବାରେ ପାତରଅନ୍ତର ରହୁଛି । 5 ଟି ରେ ରୂପାନ୍ତରିତ ସ୍କୁଲ ଗୁଡ଼ିକ ପାଇଁ ମଧ୍ୟ ଟଙ୍କା ଖର୍ଚ୍ଚର ହିସାବ ଠିକ ନାହିଁ । ଅଧିକ ଅର୍ଥ ବିନିଯୋଗ କରାଯାଉଛି ହେଲେ ଠିକାଦାର ପଇସା ପାଉନଥିବା ଅଭିଯୋଗ କରିଛନ୍ତି ବିଧାୟକ । ।
ସେପଟେ ମନ୍ତ୍ରୀ ଟୁକୁନି ସାହୁ ଆପୋଷ ବୁଝାମଣାରେ କାମ କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି । ତା ଛଡା ଜିଲ୍ଲାପାଳ ବୈଠକରେ ଏଭଳି ହୋ ହାଲ୍ଲା ନୂଆ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ବ୍ଲକଓ୍ୱାରୀ ଅନୁଦାନ ରାଶି ସରକାରଙ୍କ ଦ୍ୱାରା ଅନୁମୋଦିତ ହେଉଛି । ଜିଲ୍ଲାପାଳ କେବଳ ଏହାର ତଦାରଖ ଏବଂ ଯୋଜନାର କାର୍ଯ୍ୟକାରୀତା ଦାୟୀତ୍ୱରେ ଅଛନ୍ତି ବୋଲି ବାବୁଙ୍କ ପାଇଁ ସଫେଇ ଦେଇଛନ୍ତି ମନ୍ତ୍ରୀ।
Naxatra News is now on Whatsapp
Join and get latest news update delivered to you via whatsapp
Join Now