ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ

ଜେଲ୍ ଫେରନ୍ତା ସାନ ଭାଇକୁ ପିଟିପିଟି ହତ୍ୟା କଲା ବଡ଼ ଭାଇ। ନିଜ ମା’ କୁ ଦୁଷ୍କର୍ମ କରି ଜେଲ୍ ଯାଇଥିବା ସାନ ଭାଇକୁ ହତ୍ଯାକଲା ବଡ଼ ଭାଇ। ପୂର୍ବରୁ ମା’ ଆତ୍ମହତ୍ୟା କରିଥିବା ବେଳେ ଗତ ୬ ମାସ ତଳେ ଜେଲରୁ ଫେରିଥିଲା ମୃତ ସାନ ଭାଇ । ପାରିବାରିକ କଳହରୁ ବଡ଼ ଭାଇ ସାନ ଭାଇକୁ ପିଟି ପିଟି ହତ୍ଯା କରିଥିବା ସୂଚନା ମିଳିଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବାଦାର୍ଖପଲ୍ଲୀ ଗାଁରେ ।ମୃତ ଯୁବକ ଜଣକ ହେଲେ ୨୭ ବର୍ଷୀୟ ଶମ୍ଭୁନାଥ ରାଉତ। ଗତକାଲି ସଂନ୍ଧ୍ଯାରେ ଏଭଳି ଘଟଣା ଘଟିଥିବା ବେଳେ କୋଦଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଅଭିଯୁକ୍ତ ବଡ଼ ଭାଇ କୈଳାସ କୋଦଳା ଥାନାରେ ଆତ୍ମସମର୍ପଣ କରିଛି। ମୃତ ଶମ୍ଭୁର ଶବକୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *