ଓଡ଼ିଶା

ଓଡ଼ିଆ ସହିଦ ପରିବାରଙ୍କୁ ରାଜ୍ୟ ସରକାରଙ୍କ ଅନୁକମ୍ପା ମୂଳକ  ସହାୟତା ରାଶି

ସହିଦ  ପରିବାରଙ୍କୁ ଅନୁକମ୍ପା ମୂଳକ  ସହାୟତା ରାଶି ୧୦ ଲକ୍ଷ  ଟଙ୍କା କୁ ବୃଦ୍ଧି କଲେ ରାଜ୍ୟ ସରକାର ।  ଓଡ଼ିଆ ଯବାନ ମାନଙ୍କ ନିକଟତମ  ଆତ୍ମୀୟଙ୍କ ସହାୟତା ରାଶି ପରିମାଣ କୁ ପାଞ୍ଚ ଲକ୍ଷ ଟଙ୍କା ରୁ ଦଶ  ଲକ୍ଷ ଟଙ୍କା କୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସାମରିକ ତଥା ଅର୍ଦ୍ଧ ସାମରିକ  ବାହିନୀରେ ରହି  ଦେଶ  ପାଇଁ ପ୍ରାଣବଳୀ ଦେଉଥିବା  ଯବାନ ଓ ଅଫିସର  ମାନଙ୍କ ପରିବାରର କଲ୍ୟାଣ ପାଇଁ  ରାଜ୍ୟ ସରକାର   କାର୍ଗିଲ ଯୁଦ୍ଧ ସମୟରୁ ସହୀଦ  ପରିବାର   କଲ୍ୟାଣ ପାଇଁ ଏକ ସହାୟତା ପାଣ୍ଠି ଗଠନ  କରିଛନ୍ତି। ପ୍ରାଥମିକ  ଭାବରେ ଏହି ସହାୟତା  ରାଶି ୧ ଲକ୍ଷ ଟଙ୍କା ଥିବା  ବେଳେ ଏବେ ଏହାକୁ ୧୦ ଲକ୍ଷକୁ ବୃଦ୍ଧି କରାଯାଇଛି।

Leave a Reply

Your email address will not be published.

Back to top button