ଓଡ଼ିଶା

ଆନନ୍ଦ ଟୋପ୍ପୋ ମୃତ୍ୟୁ ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : ବହୁଚର୍ଚ୍ଚିତ ଆନନ୍ଦ ଟୋପ୍ପୋ ମୃତ୍ୟୁ ମାମଲାରେ ତଦନ୍ତ କ୍ରାଇମବ୍ରାଞ୍ଚ କରିବ । ହାଇକୋର୍ଟ ଏ ନେଇ ଦାୟର ମାମଲାର ଶୁଣାଣୀ କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି କାରଣରୁ ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କ ପାଇଁ ଅଡୁଆ ବଢିଛି ।

ଏହି ନିର୍ଦେଶ ପରେ ବିରେନ୍ଦ୍ର ଲାକ୍ରାଙ୍କ ପାଇଁ ଅଡୁଆ ବଢିଛି । ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ସବୁ ଦିଗକୁ ତଦନ୍ତ କରି ନିମ୍ନ ଅଦାଲତରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ତଦନ୍ତ ସମୟରେ ସଂଗ୍ରହ କରାଯାଇଥିବା ସମସ୍ତ କାଗଜପତ୍ର, କେସ ଡାଇରୀ, ନଥିପତ୍ର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆନନ୍ଦ ଟୋପ୍ପୋ ମୃତ୍ୟୁ ମାମଲାରେ ନିରପେକ୍ଷ ଭାବେ ତଦନ୍ତ ହୋଇନଥିବା ଦର୍ଶାଇ ଆବେଦନକାରୀ ବନ୍ଧନା ଟୋପ୍ପୋ ହାଇକୋର୍ଟରେ ଆବେଦନ କରିଥିଲେ । ବିଚାରପତି ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣୀ କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶିବ ଶଙ୍କର ମହାନ୍ତି ମାମଲା ପରିଚାଳନା କରୁଛନ୍ତି ।

Leave a Reply

Your email address will not be published.

Back to top button