ଏନଆରଜିଏସରେ ବ୍ୟାପକ ହରିଲୁଟ

Spread the love

ବାଲେଶ୍ବର: ସରକାର ଗ୍ରାମାଞ୍ଚଳର ଲୋକମାନଙ୍କୁ ୧୦୦ଦିନର କାମ ଯୋଗାଇ ଦେବା ପାଇଁ  NRGS  ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସ୍ଥାନୀୟ ସରପଞ୍ଚ  ଏବଂ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ କାମ ନ ହୋଇ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହେଉଥିବା ଅଭିଯୋଗ ହୋଇଛି । ଯାହାକୁ ଗ୍ରାମବାସୀମାନେ  ପ୍ରବଳ ବିରୋଧ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । 

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ଆଦିବାସୀ ବହୁଳ ଗାଁ ସିମୁଳିଆ । ଗାଁରେ ୧୫ ଶହରୁ ଅଧିକ  ଲୋକ ବସବାସ କରୁଥିବାବେଳେ ଏଠାରେ ୩ଟି ୱାର୍ଡ ରହିଛି ଗାଁର ୭୦ ଶତକଡ଼ା  ଲୋକ ହରିଜନ ଆଦିବାସୀ ସମ୍ପ୍ରଦାୟର।  ସାହିକୁ ଭଲ ରାସ୍ତା ନ ଥିବାରୁ ବର୍ଷା ଦିନ ଆସିଲେ ଏମାନଙ୍କର ଦୁଃଖ ବଢେ। କାଦୁଅ ପଚ ପଚ ଖାଲ ଖମା ଅଣ ଅସାରିଆ ରାସ୍ତାରେ ଏମାନେ ଯାଆ ଆସ କରନ୍ତି । ସାହି କୁ ଆମ୍ବୁଲାନ୍ସଟିଏ ମଧ୍ୟ ଆସିପାରେ ନାହିଁ । ରୋଗୀକୁ ଡାକ୍ତରଖାନାକୁ ନେବାକୁ ହେଲେ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ରାସ୍ତା ମରାମତି ଓ ନୂତନ ରାସ୍ତା ତିଆରି ପାଇଁ  ୨୦୨୦-୨୧ ଆର୍ଥିକ ବର୍ଷରେ NRGS ରେ ରାସ୍ତା ନିର୍ମାଣ  ପାଇଁ ୧ଲକ୍ଷ ୩୭ହଜାର ଟଙ୍କା ବ୍ୟୟ ବରାଦ ହୋଇଥିଲା । ହେଲେ କୌଣସି କାମ ହୋଇନଥିବା ଦେଖିବାକୁ ମିଳିଛି । ପଂଚାୟତର ପୂର୍ବତନ  ସରପଞ୍ଚ , GRS ଏବଂ ବିଭାଗୀୟ ଯନ୍ତ୍ରୀ କାମ ନ କରି ଚଂଚକତା  କରି ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି । ୨୦୨୨ ମସିହା ମାର୍ଚ୍ଚ ମାସରେ  ସମସ୍ତ  ଟଙ୍କା ଉଠାଇ ଆତ୍ମସାତ ହୋଇଥିବା ଅନଲାଇନ୍ ତଥ୍ୟରୁ ଜଣାପଡିଛି ।  ଯାହାକୁ  ଗ୍ରାମବାସୀ ମାନେ  ଘୋର ବିରୋଧ କରିବା ସହିତ ଉଚ୍ଚସ୍ତରୀୟ ତଦନ୍ତ ଦାବି  କରିଛନ୍ତି। …

ପଞ୍ଚାୟତର ସମସ୍ତ NRGS କାମ ଗାଁ ସାଥୀଙ୍କ ଉପସ୍ଥିତିରେ ହେଉଛି ବୋଲି ଗାଁ ସାଥି କହିଥିବାବେଳେ ବାଲେଶ୍ବର ଜିଲ୍ଲାପାଳ କହିଛନ୍ତି ତଦନ୍ତ ଚାଲିଛି , ଖୁବ୍ ଶୀଘ୍ର  ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ …

ତେବେ NRGS କାମରେ ହୋଇଥିବା ଘୋଟାଲାର କେବେ ତଦନ୍ତ ହେଉଛି ଏବଂ  ଦୋଷୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି  ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *