ଓଡ଼ିଶାକୁ ନାହିଁ ବାତ୍ୟା କି ବଡ ବର୍ଷାର ଭୟ ,ଆସନ୍ତା ୭ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା !

ବଙ୍ଗୋପସାଗରରେ ଦୁଇ ଦୁଇଟି ଲଘୁଚାପ। ଓଡ଼ିଶାରେ ଏହାର ସିଧାସଳଖ ପ୍ରଭାବ ନଥିବା ବେଳେ ନାହିଁ ବଡ ବର୍ଷାର ଭୟ। ତେବେ ମାଲାକ୍କା ସମୁଦ୍ର ସନ୍ଧିରେ ଅବପାତରେ ପରିଣତ ହୋଇଛି ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର I ମାଲେସିଆ ଏବଂ ପାର୍ଶ୍ଵବର୍ତ୍ତୀ ମାଲାକ୍କା ସମୁଦ୍ର ସନ୍ଧି ଉପରେ ସକ୍ରିୟ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ସାମାନ୍ୟ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତିକରି ମାଲାକ୍କା ସମୁଦ୍ର ସନ୍ଧି ଉପରେ ସକ୍ରିୟ ରହିଛି, ଏହା 48ଘଣ୍ଟା ମଧ୍ୟରେ ଦକ୍ଷିଣବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାରେ ପରିଣତ ହେବା ସମ୍ଭାବନା ଥିବା ବେଳେ ,ଉଭୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ତରଙ୍ଗ ର ପ୍ରତିକ୍ରିୟା ହେତୁ, ଏକତ୍ରି କରଣ ବଳୟର ବାହାରକୁ ବାହାରି ନପାରି ଗତ 6ଦିନ ଧରି ସେହି ଗୋଟିଏ ସ୍ଥାନରେ ପ୍ରାୟ ସ୍ଥିର ରହିଛି, ଏଥିପାଇଁ ବିଭିନ୍ନ ମଡେଲର ଆକାଳନ କହୁଛି ଏହା ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି l ସେପଟେ ଗତ କାଲି ଘୂର୍ଣ୍ଣିବଳୟ ପ୍ରଭାବରେ କୋମରିନ ଅଂଚଳ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ବଙ୍ଗୋପସାଗର ତତ ସଂଲଗ୍ନ ଶ୍ରୀଲଙ୍କା ଆଞ୍ଚଳରେ ଆଜି ଆଉ ଏକ ଲଘୁଚାପ ସୃଷ୍ଟି ହେବା ସହ ଆଗାମୀ 24ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ସମ୍ଭାବନା ଦେଇଚି ଭାରତୀୟ ପାଣିପାଗ ବିଭାଗ I ସେପଟେ ଏହି ଦୁଇ ଲଘୁଚାପ ର ପ୍ରଭାବ ସିଧାସଳଖ ରାଜ୍ୟ ରେ ନଥିବାରୁ ଆଗାମୀ ୭ ଦିନ ଯାଏ ଓଡ଼ିଶାରେ କୌଣସି ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କିଛି କିଛି ସ୍ଥାନରେ ମେଘୁଆ ପାଗ ଦେଖାଯିବ ସହିତ ଏହି ଦୁଇ ଲଘୁଚାପ ର ପ୍ରଭାବ ସିଧାସଳଖ ରାଜ୍ୟ ରେ ପଡିବ ନାହିଁ ଏବ୍ଂ ଆଗାମୀ ୭ ଦିନ ଯାଏ ଓଡ଼ିଶାରେ କୌଣସି ବର୍ଷା ହେବାର ସମ୍ଭାବନା ବି ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କିଛି କିଛି ସ୍ଥାନରେ ମେଘୁଆ ପାଗ ସହିତ ତାପମାତ୍ରାରେ ମଧ୍ୟ ଆଗାମୀ ୪୮ ଘଣ୍ଟା କୌଣସି ପରିବର୍ତନ ହେବାର ରହିଚି, ଶୀତର ପ୍ରଭାବ ସାମାନ୍ୟ ରହିବ ବୋଲି ବିଭାଗ ଆକଳନ କରିଛି। ଆସନ୍ତାକାଲିଠାରୁ ତାପମାତ୍ରା ୨ ରୁ ୩ ଡିଗ୍ରୀ ହ୍ରାସ ହେବା ସହ ପୁଣି ରାଜ୍ୟରେ ଶୀତ ଅନୁଭବ ହେବ ବୋଲି ବିଭାଗ ପୂର୍ବାନୁମାନ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *