ଅଧିକାରୀଙ୍କ ମାଡରେ ଅଧିନସ୍ଥ କର୍ମଚାରୀ ଗୁରୁତର

Spread the love

ବଲାଙ୍ଗୀର: ଉପରିସ୍ଥ  ଅଧିକାରୀଙ୍କ ମାଡ଼ରେ ତଳିଆ କର୍ମଚାରୀ ଆହତ l ଡ୍ୟୁଟି ସମୟ ପରିବର୍ତ୍ତନ କରିବାକୁ ଗୁହାରି କରିବାରୁ ମାଡ଼ ଖାଇ ଗୁରୁତର ହୋଇଛନ୍ତି ଜଣେ କର୍ମଚାରୀ l ବଲାଙ୍ଗୀର ଜିଲ୍ଲା ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ ଘଟିଛି ଏପରି ଅପ୍ରିତିକରଣ ଘଟଣା। କାରଖାନାରେ  ଅଗ୍ନିଶ୍ରମ ବିଭାଗର ଅଧିକାରୀ ତୁଳସୀ ଦୋରାଙ୍କ ଦବଙ୍ଗଗିରିକୁ ନେଇ କାରଖାନା କର୍ମଚାରୀଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ।

ବଡମାଳ ଗୋଳାବାରୁଦ କାରଖାନାରେ  ଗତ ସପ୍ତାହରେ ପଦ୍ମନ ଥପାଙ୍କୁ ଏ’ ସିପ୍ଟ କାମ କରିବା ପାଇଁ ନିର୍ଦେଶ ଦେଇଥିଲେ ଅଧିକାରୀ l ପୁଣି ଚଳିତ ସପ୍ତାହ ମଧ୍ୟ ଏ ସିପ୍ଟ କାମ କରିବାକୁ ନିର୍ଦେଶ ଦେବାରୁ ଏହାକୁ ନେଇ ପଦ୍ମନ ଥପା ଅଗ୍ନିଶ୍ରମ ବିଭାଗର ଅଧିକାରୀ ତୁଳସୀ ଦୋରାଙ୍କ ନିକଟକୁ ନିଜ ସିପ୍ଟକୁ ପରିବର୍ତ୍ତନ କରିବାକୁ ଯାଇଥିଲେl ନିୟମ ଅନୁଯାୟୀ ରୋଟେସନ ଅନୁଯାୟୀ ତାଙ୍କୁ ବି ସିପ୍ଟ ଦେବାକୁ ଥପା ଅନୁରୋଧ କରିଥିଲେ l

ହେଲେ ସମୟ ପରିବର୍ତ୍ତନ କରିବା ପରିବର୍ତ୍ତେ ତୁଳସୀ ଦୋରା ପଦ୍ମନ ଥପାଙ୍କୁ ମାଡ ମାରିଥିଲେ। ଫଳରେ ପଦ୍ମନଙ୍କ ମୁହଁ ଏବଂ ଆଖିରେ କ୍ଷତ ସୃଷ୍ଟି ହେବା ସହ ସେ ଗୁରୁତର ହୋଇପଡିଛନ୍ତି l ଏହି ଘଟଣା ପରେ ସଂଗେ ସଂଗେ ଅନ୍ୟ କର୍ମଚାରୀ ପଦ୍ମନ ଥପାଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ସହର ସ୍ଥିତ ପିପିଲ ପଦର ଠାରେ ଥିବା ଆଖି ଡାକ୍ତରଖାନାକୁ ଆଣି ଭର୍ତି କରିଥିଲେ l ହେଲେ ଏଠାରେ ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ବଡ଼ ଆଖି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l

ଏହାକୁ ନେଇ ଅନ୍ୟ କର୍ମଚାରୀ ମାନେ ମଧ୍ୟ ଉପରିସ୍ଥ ଅଧିକାରୀଙ୍କ ଏପରି ଦବଙ୍ଗଗିରି ଉପରେ ପ୍ରଶ୍ନବାଚୀ ଠିଆ କରିବା ସହ ଅନେକ ସମୟରେ କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି l ଅଗ୍ନିଶ୍ରମ ବିଭାଗର ଅଧିକାରୀ ତୁଳସୀ ଦୋରାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l

Leave a Reply

Your email address will not be published. Required fields are marked *