ମୃତ୍ୟୁ ପୂର୍ବରୁ ନିଜର କବର ଖୋଳିଲେ ବୃଦ୍ଧ ଦମ୍ପତି

Spread the love

ଗଜପତି: ମୃତ୍ୟୁ ପୂର୍ବରୁ ନିଜ ପାଇଁ ନିଜେ କବର ଖୋଳିଛନ୍ତି  ଦମ୍ପତି । କଥାଟି ଆପଣଙ୍କୁ ଅବିଶ୍ୱାସ ଲାଗୁଥିଲେ ମଧ୍ୟ, ଘଟଣାଟି ନିରାଟ ସତ୍ୟ । ନିଜ ପାଇଁ ନିଜେ କବର ଖୋଳି ଏବେ ଚର୍ଚ୍ଚାରେ ରହିଛନ୍ତି ବୃଦ୍ଧ ଦମ୍ପତି ।

ଜନ୍ମ ଅଛି ମାନେ ମୃତ୍ୟୁ ବି ଅଛି । କିନ୍ତୁ  କେହି କେବେ ମୃତ୍ୟୁକୁ ଅପେକ୍ଷା କରି କବର ଖୋଳିବା ଆଜିଯାଏଁ ନଜରକୁ ଆସିନାହିଁ । ବଞ୍ଚି ଥାଉ ଥାଉ ନିଜ ପାଇଁ ନିଜେ କବର ଖୋଳିବା କଥା ଟିକେ ଅଡୁଆ ଲାଗୁଛି । ହଁ ଆଜ୍ଞା ହଁ  ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନୁଆଁଗଡ ବ୍ଳକ ସୌରୀ ଗାଁରେ । ଗାଁରେ ବସବାସ କରନ୍ତି ଲକ୍ଷ୍ମଣ ଭୂୟାଁଙ୍କ ପରିବାର । ପରିବାର କହିଲେ ସ୍ତ୍ରୀ ଜେଙ୍ଗି ଭୁୟାଁ, ଦୁଇଟି ପୁଅ ଓ ଗୋଟିଏ ଝିଅ । ସମସ୍ତେ ବାହା ହୋଇ ବାହାରେ ରହୁଛନ୍ତି । ଗାଁରେ କେବଳ ଲକ୍ଷ୍ମଣ ଓ ତାଙ୍କ ସ୍ତ୍ରୀ ରହୁଛନ୍ତି ।

ଉଭୟ ବୟସର ଅପରାହ୍ନରେ ପହଞ୍ଚିଥିବାବେଳେ, ମଲାପରେ କାଳେ କିଏ ସାହା ହେବେ କି ନାହିଁ, ସେନେଇ ନିଜେ ଏଭଳି ଉଦ୍ୟମ କରିଛନ୍ତି । ପାଖକୁ ପାଖ ଲାଗି ତିନୋଟି କବର ରହିଛି । ନିକଟରେ ଆଉ ଏକ ଘର ସଦୃଶ୍ୟ ସମାଧି ମଧ୍ୟ ଅଛି । ପାଖରେ ଦୁଇଟି ସିମେଣ୍ଟ ପ୍ଲେଟ୍ ମଧ୍ୟ ପଡିଛି । ଏହି ପ୍ଲେଟ୍ ଦୁଇଟିକୁ କବର ଉପରେ ଢାଙ୍କିବା ପାଇଁ ରଖାଯାଇଛି । ଆଉ, ଏହାକୁ ସୌରୀ ଗ୍ରାମର ଲଖ୍ମଣ ଭୁୟାଁ ଓ ତାଙ୍କ ସ୍ତ୍ରୀ ଜେଙ୍ଗି ଭୁୟାଁ ନିର୍ମାଣ କରିଛନ୍ତି । ଆଉ ଗ୍ରାମବାସୀ ମାନେ ଏଥିରେ ସହଯୋଗ ମଧ୍ୟ କରିଛନ୍ତି । ତଳେ କବର ଖୋଳାଯିବା ସହିତ ଉପରେ ସମାଧି ନିର୍ମାଣ କରାଯାଇଛି । ମୃତ୍ୟୁ ପୂର୍ବରୁ କରାଯାଇଛି ଏଭଳି ପ୍ରସ୍ତୁତି ।

ପରିବାରର ହିତ ସାଧନ ପାଇଁ ପିଲାଙ୍କୁ ପାଠସାଠ ପଢାଇ ମଣିଷ କରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୃଦ୍ଧ ଦମ୍ପତି । ମୃତ୍ୟୁ ପୂର୍ବରୁ ନିଜ ପାଇଁ ନିଜର କବର ଖୋଳି ଏବେ ମୃତ୍ୟୁର ବାଟକୁ ଚାହିଁ ରହିଥିବାବେଳେ, ଗ୍ରାମବାସୀଙ୍କୁ ଭୋଜିଭାତ ମଧ୍ୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *