ଓଡ଼ିଶା ପୋଲିସ ଏସଆଇ ପରୀକ୍ଷାରେ ବିଭ୍ରାଟ:  ସଫ୍ଟଓୟାର ସମସ୍ୟା ପାଇଁ ଘୁଞ୍ଚିଲା ପରୀକ୍ଷା

ଭୁବନେଶ୍ବର: ପୁଣି ଓଡିଶା ପୋଲିସର ଏସଆଇ ପରୀକ୍ଷାରେ ତ୍ରୁଟି ନେଇ ଘୁଞ୍ଚିଲା ପରୀକ୍ଷା। ପରୀକ୍ଷା ଗତ ମାସରେ ଥରେ ମାତ୍ର ହୋଇ ଥିଲା। ପ୍ରଶ୍ନ ପତ୍ର ତ୍ରୁଟି ପାଇଁ ପୁନର୍ବାର ଆଜି ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ କରା ଯାଇଥିଲା। ଆଜି ପରୀକ୍ଷା କେନ୍ଦ୍ରରେ ଫାଷ୍ଟ ସିଟିଂ ପିଲାଙ୍କୁ ପରୀକ୍ଷା ହଲକୁ ପସିବାକୁ ଅନୁମତି ମିଳିଥିଲେ ମଧ୍ୟ ପ୍ରଶ୍ନପତ୍ର ତ୍ରୁଟି ପାଇଁ ପରୀକ୍ଷା କରାଯାଇ ନାହିଁ କି ବାହାରକୁ ଛଡା ଯାଉ ନାହିଁ। ଦ୍ୱିତୀୟ ସିଟିଂ ପାଇଁ ପିଲା ପହଞ୍ଚି ଅପେକ୍ଷା କରିଛନ୍ତି ।

ଓଡିଶା ପବ୍ଲିକ ରିକ୍ରୁଇଟମେଣ୍ଟ ବୋର୍ଡ ଅଧ୍ୟକ୍ଷ ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ ମାଧ୍ୟମରେ କହିଛନ୍ତି ଯେ, ବୈଷୟିକ ତ୍ରୁଟି ପାଇଁ ଏହି ସମସ୍ୟା ହୋଇଛି। ଯେଉଁମାନେ ଆଜି ପରୀକ୍ଷା ଦେଇପାରି ନାହାନ୍ତି, ସେମାନେ ଆସନ୍ତା କାଲି ପରୀକ୍ଷା ଦେଇପାରିବେ। କୌଣସି ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହେବେ ନାହିଁ।

ସେପଟେ ବନ୍ୟା ପାଇଁ ସମସ୍ତ ପରୀକ୍ଷା ବାତିଲ ହେଉଥିବା ବେଳେ କିଭଳି ଏହି ପରୀକ୍ଷା କରିବାକୁ ସ୍ଥିର କରାଗଲା ଏନେଇ ଅନେକ ପରୀକ୍ଷାର୍ଥୀ ପ୍ରଶ୍ନ କରିଛନ୍ତି। ପରୀକ୍ଷା ପାଇଁ ଚନ୍ଦକା ଦାରୁ ଠେଙ୍ଗ ସ୍ଥିତ ଯାଭିୟର ସ୍କୁଲକୁ ସେଣ୍ଟର ସ୍ଥିର କରାଯାଇଛି। ବହୁତ ଦୂର ଦୂରାନ୍ତରୁ ପିଲା ମାନେ ପରୀକ୍ଷା ଦେବାକୁ ଆସିଛନ୍ତି। ଯେଉଁ ଜାଗାକୁ ଗମନା ଗମନର ସୁବିଧା ନାହିଁ। ଏଭଳି ମନମୁଖୀ ନିଷ୍ପତ୍ତି ପାଇଁ ସାଧାରଣ ଗରିବ ଛାତ୍ର ଛାତ୍ରୀ ବହୁତ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି।

ସିମ୍ପୁଲ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *