ପୀତାମ୍ୱର ଆଚାର୍ଯ୍ୟ ଆଡଭୋକେଟ୍‌ ଜେନେରାଲ ନିଯୁକ୍ତି

ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପୀତାମ୍ୱର ଆଚାର୍ଯ୍ୟଙ୍କୁ ରାଜ୍ୟ ସରକାର ଆଡଭୋକେଟ ଜେନେରାଲ (ଏଜି) ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ ଆଇନ ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଆଇନ କ୍ଷେତ୍ରରେ ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ରହିଛି। ସେ ଛାତ୍ର ରାଜନୀତିରେ ମଧ୍ୟ ବେଶ୍ ସକ୍ରିୟ ଥିଲେ । ଏଥିସହ ବିଜେବି କଲେଜ ଛାତ୍ର ସଂସଦର ସାଧାରଣ ସମ୍ପାଦକ ଓ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ ବିଧାନସଭା ନିର୍ବାଚନରେ ସେ ହିଞ୍ଜିଳିରୁ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ ।  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *