ବଡ଼ଦାଣ୍ଡରେ ଅଣନିଶ୍ବାସୀ ହୋଇ ପ୍ରାଣ ହରାଇଲେ ଭକ୍ତ

Spread the love

ପୁରୀ ରଥ ଟଣା ବେଳେ ଅଘଟଣ। ଜଣେ ପୁରୁଷ ଶ୍ରଦ୍ଧାଳୁ ତାଳଧ୍ୱଜ ରଥଟଣା ବେଳେ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଛନ୍ତି। ପୁରୀ ଜିଲ୍ଲା ଚିକିତ୍ସାଳୟରେ ମୃତ ଘୋଷଣା କଲେ ଡାକ୍ତର। ପବିତ୍ର ରଥଯାତ୍ରା ଅବସରରେ ବଡ଼ଦାଣ୍ତରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବାବେଳେ ଜଣେ ଶ୍ରଦ୍ଧାଳୁ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ ।

ସୂଚନା ଅନୁଯାୟୀ ରଥଟଣା ବେଳେ ବଡ଼ଦାଣ୍ଡରେ ଠେଲାପେଲା ସ୍ଥିତି ଉପୁଜିଥିଲା। ୮ରୁ ୧୦ ଶ୍ରଦ୍ଧାଳୁ ଏହି ଠେଲାପେଲାରେ ଆହତ ହୋଇଥିଲେ। ହିନ୍ଦୀ ସ୍କୁଲ ଛକ ପାଖରେ ଠେଲାପେଲା ସ୍ଥିତି ଦେଖିବାକୁ ମିଳିଥିଲା। ଆହତ ଶ୍ରଦ୍ଧାଳୁ ନିକଟସ୍ଥ ଆଶୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଯେଉଁଠି ଜଣେ ପୁରୁଷ ଶ୍ରଦ୍ଧାଳୁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

Leave a Reply

Your email address will not be published. Required fields are marked *