ପରମ୍ପରାର ପର୍ବ ପୁଷ ପୁନି

ନବରଙ୍ଗପୁର ଜିଲ୍ଲାର ଆଦିବାସୀ ସଂସ୍କୃତି ଓ ପରମ୍ପରା କୁ ଉଜ୍ଜିବୀତ କରିବା ଉଦେଶ୍ୟ ନେଇ ପ୍ରଥମ ଥର ଭିନ୍ନ ଏକ ରୁପରେ ପୌଷ ପୁନେଇଁ ପରବ ପାଳିତ ହୋଇଯାଇଛି।  ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲାର ଅଧିକାଂଶ ଲୋକଙ୍କ ଜୀବିକାର ମୁଖ୍ୟ ପନ୍ଥା କୃଷି । ଫସଲ ଅମଳ ପରେ ଆନନ୍ଦର ସହ ସେମାନେ ପୌଷ ପୂର୍ଣ୍ଣିମା ପରବ ପାଳିଥାନ୍ତି। ତେଣୁ ଆଦିବାସୀ ସଂସ୍କୃତି ରେ ପୌଷ ପୂର୍ଣ୍ଣିମା ର ଗୁରୁତ୍ୱ ବହୁତ ଅଧିକ ରହିଛି। ଆଧୁନିକତାର ଛାପ ରେ ଅନେକ କିଛି ହଜି ହଜି ଯାଉଥିବାରୁ ପୁରୁଣା ପରମ୍ପରାକୁ ବଞ୍ଚେଇ ରଖିବାର ଉଦ୍ୟମ ସହ ନବରଙ୍ଗପୁର ରେ ଅନୁଷ୍ଠିତ ହୋଇଛି ପୌଷ ପୂର୍ଣ୍ଣିମା ପରବ । 

ଆଦିବାସୀ ବହୁଳ ଅଞ୍ଚଳ ନବରଙ୍ଗପୁର ଜିଲ୍ଲାରେ କାହିଁ କେଉଁ ଆବାହମାନ କାଳ ରୁ ଚାଲି ଆସିଛି ପୌଷ ପୂର୍ଣ୍ଣିମା ବା ପୁସ ପୁନି ପର୍ବ । ଏଠାକାର ଆଦିବାସୀମାନେ ନିଜ ଧାନ ଫସଲ ବିକ୍ରି କରିବା ପରେ ପୌଷ ମାସରେ ଏହି ପୁଷପୁନି ପର୍ବ ପାଳନ କରିଥାନ୍ତି।  କିନ୍ତୁ ଆଧୁନିକତା ର ଛାପରେ ଧିରେ ଧିରେ ଏହି ପର୍ବ ଗ୍ରାମ ଜନଜୀବନରୁ ଲୋପ ପାଇବାକୁ ବସିଛି । ତେଣୁ ଆଦିବାସୀ ଙ୍କ ଏହି ପର୍ଵ କୁ ଜିଲ୍ଲା ସ୍ତରରେ ୧୩, ୧୪, ଓ ୧୫ ତାରିଖ ତିନିଦିନ ଧରି ବଡ଼ ଆଡମ୍ୱରରେ ପାଳନ କରାଯାଇଥିଲା । ସହର ମଧ୍ୟ୍ୟ ଭାଗରେ ଥିବା ପୋଲିସ ପଡିଆରେ ମଞ୍ଚରେ ଏହି ଉତ୍ସବ ପାଳନ ହୋଇଥିଲା । ଏହି ଅବସରରେ ଆଦିବାସୀ ସଂସ୍କୃତି ର ଭିନ୍ନ ଭିନ୍ନ ପ୍ରକାରର ନୃତ୍ୟ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମ ରେ ସ୍ଥାନୀୟ ଲୋକପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ । ଅତିଥି ମାନଙ୍କ ଦ୍ୱାରା ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣୀ ଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଆଦିବାସୀ ଙ୍କ ପାରମ୍ପରିକ ଶୋଭାଯାତ୍ରା ସହ ସହର ପରିକ୍ରମା କରିଥିଲା l ଏହାପରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିଲା ପୁଷ ପୁନେଇଁ ପରବ ମହୋତ୍ସବ । କାର୍ଯ୍ୟକ୍ରମ ରେ କଳାକାର ମାନଙ୍କ ନୃତ୍ୟରେ ଦର୍ଶକ ବିଭୋର ହୋଇଥିବାବେଳେ ଜନପ୍ରତିନିଧି ମାନେ ମଧ୍ୟ କଳାକାର ମାନଙ୍କ ସହ ନୃତ୍ୟ କରିଥିବା ଦେଖିବାକୁ ମିଳିଥିଲା ।

ପ୍ରତିବର୍ଷ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସାଂସ୍କୃତିକ ଲୋକ ମହୋତ୍ସବ ମଣ୍ଡେଇ ପାଳନ କରାଯାଉଛି । ସେଠାରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ମାନେ ନିଜ ନୃତ୍ୟ ପରିବେଷଣ କରୁଛନ୍ତି । କିନ୍ତୁ ସ୍ଥାନୀୟ କଳାକାର କିମ୍ବା ଆଦିବାସୀ ଙ୍କ ପାରମ୍ପାରିକ ନୃତ୍ୟ ପରିବେଷଣ ପାଇଁ ସୁଯୋଗ କମ ମିଳୁଛି । ତେଣୁ ଏହି ପୁସପୁନି ପରବ ମଞ୍ଚରେ ସ୍ଥାନୀୟ କଳାକାର ମାନେ ଅଧିକ ସୁଯୋଗ ପାଇବେ ଆଶା କରାଯାଇଛି । ଏଭଳି ଆୟୋଜନ ଦ୍ୱାରା ଆଦିବାସୀ ସଂସ୍କୃତିର ପ୍ରଚାର ପ୍ରସାର ଅଧିକ ହୋଇପାରିବ ବୋଲି ଅତିଥିମାନେମତ ଦେଇଛନ୍ତି ।

ତିନି ଦିନ ଧରି ଚାଲିଥିବା ଏହି ଆଦିବାସୀ ଲୋକ ମହୋତ୍ସବ ପୁଷପୁନି ପରବ କୁ ଜିଲ୍ଲା ବାସୀ ବେଶ ଉପଭୋଗ କରିଛନ୍ତି । ଅଗାମୀ ଦିନରେ ଏହା ଜାରି ରହିଲେ ଆଦିବାସୀ କଳାକାର ସେମାନଙ୍କ କଳା କୁ ବଞ୍ଚାଇ ରଖିବାରେ ସମର୍ଥ ହୋଇପାରିବେ ବୋଲି ମତପ୍ରକାଶ ପାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *