ଦିଲୀପ ହେଲେ ହକି ଇଣ୍ଡିଆର ସଭାପତି

Spread the love

ଭୁବନେଶ୍ବର: ପୂର୍ବତନ ହକି ଖେଳାଳି ଦିଲୀପ ତିର୍କୀ ହେଲେ  ଭାରତୀୟ ହକିର ସଭାପତି । ବିନା ପ୍ରତିଦ୍ବନ୍ଦ୍ବିତାରେ ହକି ଇଣ୍ଡିଆର ସଭାପତି ହୋଇଛନ୍ତି ଦିଲୀପ। ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଯିଏ ଏହି ପଦବୀ ପାଇଛନ୍ତି । ଏହି ପଦ ପାଇଁ ୩ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଜଣ ନାମାଙ୍କନ ଫେରାଇ ନେଇଥିଲେ।

ଦିଲୀପଙ୍କୁ ଏହି ପଦବୀ ମିଳିବା ଓଡିଶା ତଥା ଓଡିଶାବାସୀଙ୍କ ପାଇଁ ଗୌରବର ବିଷୟ। ଦିଲୀପ ନିଜେ ଜଣେ ହକି ଖେଳାଳି ହୋଇଥିବାରୁ ରାଜ୍ୟ ହକିକୁ ଏକ ଶୀର୍ଷ ସ୍ତରକୁ ନେଇପାରିବେ ବୋଲି ଆଶା କରାଯାଉଛି। ଦିଲୀପ ତିର୍କୀ ‘ହକି ଇଣ୍ଡିଆ’ର ସଭାପତି ହେବା ପରେ ରାଜ୍ୟର କ୍ରୀଡ଼ାବିତ, ବୁଦ୍ଧିଜୀବୀ, କ୍ରୀଡ଼ାପ୍ରେମୀ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *