ଦୁଲୁକୁଛି ମା’ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା

ଅତି ଧୁମଧାମ ସହକାରେ ଚାଲିଛି ବିଶ୍ୱ ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା | ଦେବୀ ମା ବୁଢ଼ୀ ଠାକୁରାଣୀଙ୍କ ଦୁଇ ବାର୍ଷିକ ଯାତ୍ରା ଅନ୍ତିମ ପର୍ଯ୍ୟାୟରେ ପହଂଚିଥିବାବେଳେ, ପ୍ରତେକ ଦିନ ସନ୍ଧ୍ୟା ସମୟରେ ମା’ଙ୍କ ଘଟ ପରିକ୍ରମା ସମୟରେ ଯିବ ନ୍ୟାସ ଦେଉଛନ୍ତି ବିଭିନ୍ନ ରଥ ଓ କଳାକୁଞ୍ଜକୁ, ଆଗା ସାହିରେ କନକ ଦୁର୍ଗା, ଚନ୍ଦ୍ରମା ପେଟା ସାହିରେ ବୋଇତ ରଥ ଓ କେଦାର୍ଶ୍ୱର ମନ୍ଦିର ସାହି ବାସିନ୍ଦାଙ୍କ ପକ୍ଷରୁ ଉନ୍ମୋଚିତ କରିଥିଲେ | ଆଶା ବିଶ୍ୱାସର ଦେବୀ ହଉଛନ୍ତି ବ୍ରହ୍ମପୁରର ଆରାଧ୍ୟ ଦେବୀ ମା ବୁଢ଼ୀ ଠାକୁରାଣୀ | ବିଭିନ୍ନ ରୂପରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ପ୍ରତେକ ଦିନ ସନ୍ଧ୍ୟାରେ ଭକ୍ତଙ୍କ ପ୍ରବଳ ଭିଡ ଦେଖୀବାକୁ ମିଳେ | ବାଘ ବେଶ ଠାରୁ ଆରମ୍ଭ କରି ଗଜିଆ ବେଶ, ରାଧକୃଷ୍ଣ ଓ ହନୁମାନ ଯିଏ ଯେଉଁ ବେଶ ପାଇଁ ମାଙ୍କ ନିକଟରେ ମାନସିକ କରିଛନ୍ତି ସେ ବେଶ ପଡି ଆସି ମା’ ଙ୍କୁ ଦର୍ଶନ କରୁଛନ୍ତି | ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ଲକ୍ଷାଧିକଙ୍କ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଜନ ସମାଗମ ଦେଖିବାକୁ ମିଳିଛି |

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *