ଆଜିଠାରୁ ଆରମ୍ଭ ହେଉଛି କେନ୍ଦୁଝର ଜିଲ୍ଲା ଘଟଗାଁ ମାତାରିଣୀଙ୍କର ୮୯ ତମ ପ୍ରସିଦ୍ଧ ଚଇତି ପର୍ବ । ଏହା ଆସନ୍ତା ୧୫ ତାରିଖ ଯାଏ ଚାଲିବ । ଚଇତି ପର୍ବରେ ୭ ଦିନ ଧରି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା । ଏଥିପାଇଁ ମନ୍ଦିରରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ସହ, ହୋମ, ଯଜ୍ଞ, ଚଣ୍ଡୀପାଠ ଆୟୋଜିତ ହେଉଛି । ମନ୍ଦିର ପରିସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ, ନୃତ୍ୟଗୀତ ପରିବେଷଣ କରାଯାଉଛି । ବସଷ୍ଟାଣ୍ଡରେ ଥିବା ମଞ୍ଚରେ ରାତିରେ ପ୍ରବଚନ ଓ ବାଦୀପାଲା ଅନୁଷ୍ଠିତ ହେବ । ଚଇତି ପର୍ବରେ ୭ଦିନ ଧରି ପ୍ରକମ୍ପିତ ହେବ ଘଟଗାଁ । ସୁନାବେଶରେ ସଜ୍ଜିତ ହେବା ପରେ ଏବେ ମନ୍ଦିର ପରିସର ମଙ୍ଗଳ ଆଳିତୀ ରେ ଘଣ୍ଟ ଘଣ୍ଟାନାଦରେ ପ୍ରକମ୍ପିତ ହେଉଛି ।
ଭୋର ସାଢେ ଚାରିଟା ସମୟରେ ସେବାୟତ ମାନେ ମାଙ୍କୁ ମାଜଣା, ମହାସ୍ନାନ, ବଡ଼ ସିଂହାର ବେଶ, ଷୋଡଶ ଉପଚାର ପୂଜା ସମେତ ଯଥା ରିତିକାନ୍ତିରେ ମାଙ୍କର ପୂଜାର୍ଚ୍ଚନା କରି ସାରିବା ପରେ ମାଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ। ପରେ ଭକ୍ତଙ୍କ ପାଇଁ ମନ୍ଦିର ପହଡ଼ ଖୋଲିଥିଲା। ଚଇତିରେ ମାଙ୍କ ସୁନାବେଶକୁ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now