ଶିକ୍ଷକ ଅଭାବକୁ ନେଇ ସ୍କୁଲରେ ପଡିଲା ତାଲା

Spread the love

ପାରାଦୀପ: ଶିକ୍ଷକ ଅଭାବ ନେଇ ସ୍କୁଲରେ ତାଲା। ଖାତାବହି ଛାଡି ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ। ପାରାଦୀପ ବିଶ୍ବାଳୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସର୍ବମୋଟ୍ ୫ଜଣ ଶିକ୍ଷକ ଥିବା ନେଇ ବାରମ୍ୱାର ଅଭିଯୋଗ ପରେ ମଧ୍ୟ କେହି ଶୁଣୁନଥିବାରୁବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ।

ପାରାଦୀପ ବିଶ୍ବାଳୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଛି ଶିକ୍ଷକଙ୍କ ଅଭାବ। ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏ ମୋଟ ୨୧୬ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତିମାତ୍ର ୫ଜଣ ଶିକ୍ଷକ। ସେପଟେ ଶ୍ରେଣୀ ଗୃହର ଅଭାବରୁ ଗୋଟିଏ ଗୃହରେ ପାଠ ପଢୁଛନ୍ତି ଦୁଇଟି ଶ୍ରେଣୀର ପିଲା। ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି କର୍ଣ୍ଣପାତ ନ କରିବାରୁ ପିଲାମାନେଗେଟରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

କରୋନା ପାଇଁ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଥିବା ବେଳେ, ଚଳିତ ବର୍ଷ ପରୀକ୍ଷା ପୂର୍ବରୁ ଶିକ୍ଷକ ଅଭାବ ଛାତ୍ରଛାତ୍ରୀଙ୍କ ପଠପଢାରେ ପ୍ରଭାବ ପକାଇଛି। ସେପଟେ  ଶିକ୍ଷକ ଅଭାବ ନେଇ ସିଆରସିସି ବିଇଓଙ୍କୁ ପଚାରିବାରୁ ୭ ଦିନ ମଧ୍ୟରେ ଶିକ୍ଷକ ପଦବୀ ପୂରଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏହି ବିଦ୍ୟାଳୟରେ କେବେ ଶିକ୍ଷକ ପଦବୀ ପୁରଣ ହେଉଛି।

ସୁବ୍ରତ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *