ଭଉଣୀର ନିଃସ୍ୱାର୍ଥ ତ୍ୟାଗ ଯୋଗୁ ଏ-୧ ଗ୍ରେଡରେ ଉତୀର୍ଣ୍ଣ ହେଲେ ଭାଇ

Spread the love

ମାଲକାନଗିରି : ଭଉଣୀର ସଂଘର୍ଷ ଓ ଭଉଣୀର ନିଃସ୍ୱାର୍ଥ ତ୍ୟାଗ ଯୋଗୁ ଏ-୧ ଗ୍ରେଡରେ ଉତୀର୍ଣ୍ଣ ହେଲେ ଭାଇ । ମାଟ୍ରିକ ରେଜଲ୍ଟ ବାହାରିବା ପରେ ବିଭିନ୍ନ ସ୍ଥାନରୁ ଆସିଛି ଭିନ୍ନ ଭିନ୍ନ ସଂଘର୍ଷର କାହାଣୀ । ମାଲକାନଗିରି ବାଲିମେଳା ଶିଶୁ ବିଦ୍ୟାମନ୍ଦିରର ପ୍ରସନ୍ନ ପାଢୀ ଓ ତାଙ୍କ ବଡ ଭଉଣୀ ପ୍ରିୟଙ୍କା ପାଢୀଙ୍କ ସଂଘର୍ଷ କାହାଣୀ ହୃଦୟକୁ ବେଶ ଛୁଇଁଯାଏ । ବାପା ଚାଲିଯିବା ପରେ ଘର ଦାୟିତ୍ୱ ଓ ଭାଇ ପ୍ରସନ୍ନଙ୍କ ଦାୟିତ୍ୱ ନେଇଛନ୍ତି ବଡ ଭଉଣୀ ପ୍ରିୟଙ୍କା । ବହୁ ଦୁଃଖ କଷ୍ଟରେ ପାଠ ପଢିଥିଲେ ପ୍ରିୟଙ୍କା । ଏବେ ଯୁକ୍ତ ତିନିରେ ଅର୍ଥନୀତି ପଢୁଥିବା ବେଳେ ନିଜେ କଷ୍ଟ ସହି ଭାଇକୁ ପାଠ ପଢାଇଛନ୍ତି । ଛୋଟ ଛୋଟ ପିଲାମାନଙ୍କୁ ପାଠ ପଢାଇବା ସହିତ ସେହି ଖର୍ଚ୍ଚରୁ ନିଜ ଭାଇକୁ ପଢାଉଛନ୍ତି । ଦିନ ରାତି ପରିଶ୍ରମ କରି ଭାଇକୁ ପାଠ ପଢାଉଥିଲେ ପ୍ରିୟଙ୍କା । ଆଉ ଏବେ ତାଙ୍କ ଭାଇ ପ୍ରସନ୍ନ ମାଟ୍ରିକରେ ଏ-୧ଗ୍ରେଡ ଆଣିବାରେ ସଫଳ ହୋଇଥିବା ବେଳେ ୯୦.୬୬ ପ୍ରତିଶତ ମାର୍କ ରଖିଛନ୍ତି । ତେବେ ଭବିଷ୍ୟତରେ ପାଠ ପଢି ପ୍ରସନ୍ନ ଜଣେ ଡାକ୍ତର କି ଇଂଜିନୟର ହୁଅନ୍ତୁ ବୋଲି ଆଶା ରଖିଛନ୍ତି ପ୍ରିୟଙ୍କା

Leave a Reply

Your email address will not be published. Required fields are marked *