ସାହାଣି କପ୍ ର ଉପ ବିଜେତା କନ୍ଧମାଳ ଫୁଟବଲ୍ ଦଳକୁ ଭବ୍ୟ ସମ୍ବର୍ଦ୍ଧନା

Spread the love

କନ୍ଧମାଳ : ଫୁଲବାଣୀ ସ୍ଥିତ କରୋନେସନ ଖେଳ ପଡିଆ ଠାରେ ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ପୁରୁଷ ଫୁଟବଲ ଦଳକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଚଳିତ ବର୍ଷ କଟକରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାହାଣି କପ୍ ଫୁଟବଲ୍ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ଦଳ ଉପ ବିଜେତା ହୋଇଥିବାରୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି । ଜିଲ୍ଲା କ୍ରୀଡା ସଂଘର ସାଧାରଣ ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ କନ୍ଧମାଳ ସାଂସଦ ଡଃ. ଅଚ୍ୟୁତ ସାମନ୍ତ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଏକ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ ।

      ଅନ୍ୟ ମାନଙ୍କ ମଧ୍ୟରେ କନ୍ଧମାଳର ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍‌, ଓଡିଶା ଅଲମ୍ପିକ ଆସୋସିଏସନ୍ ର ଉପସଭାପତି କମଳାକାନ୍ତ ପାଣ୍ଡେ, ଓଡିଶା ଫୁଟବଲ ଆସୋସିଏସନର ଉପସଭାପତି ହୃଦୟ ରଞ୍ଜନ ବେହେରା, ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ଫୁଲବାଣୀ ବାର ଆସୋସିଏସନର ସଭାପତି ଭଗବାନ ମହାନ୍ତି, ବଣିକ ସଂଘ ସଭାପତି ଅଶୋକ କୁମାର ପଟ୍ଟନାୟକ, ଆଇନଜିବୀ ବିଜୟ କୃଷ୍ଣ ପଟ୍ଟନାୟକ ପ୍ରମୁଖ ମଂଚାସୀନ ହୋଇଥିଲେ । ଏହି ସଭାରେ ଜିଲ୍ଲା କ୍ରୀଡା ସଂଘର ସମସ୍ତ କର୍ମକର୍ତା ଓ ସଭ୍ୟଙ୍କ ସହ ବହୁ ସଂଖ୍ୟାରେ କ୍ରୀଡାପ୍ରେମୀ ଓ ଜନସାଧାରଣ ଉପସ୍ଥିତ ରହିଥିଲେ । ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଯଥା ଜେଡି କ୍ଲବ, ଭାରୋତୋଳନ ସଂଘ, କୁଇ ସମାଜ, ଖଜୁରୀପଡ଼ା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କହଁର ପ୍ରଭୃତିଙ୍କ ପକ୍ଷରୁ ଖେଳାଳି ମାନଙ୍କୁ ଉପଢୌକନ ପ୍ରଦାନ କରଯାଇଥିଲା ।

ପୂର୍ବରୁ ଖେଳାଳି ମାନଙ୍କୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଏହି ସଭାସ୍ଥଳକୁ ଅଣାଯାଇଥିଲା । ସଭା ଶେଷ ହେବା ପରେ ଖେଳାଳିମାନଙ୍କୁ ଜଗନ୍ନାଥ ମନ୍ଦିରକୁ ନିଆଯାଇଥିଲା । ସେଠାରେ ମନ୍ଦିର କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଖେଳାଳି ମାନେ ସେଠାରେ ପ୍ରସାଦ ସେବନ କରିଥିଲେ ।

Leave a Reply

Your email address will not be published. Required fields are marked *