ଶୂନ୍ୟକାଳରେ ଶ୍ରୀ ଜଗନ୍ନାଥ ମନ୍ଦିର ଅବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଲେ ପୁରୀ ବିଧାୟକ । ଜଗନ୍ନାଥ ମନ୍ଦିରରେ ପରିଚାଳନା କମିଟି କାର୍ଯ୍ୟକ୍ଷମ ନାହିଁ | ନୂଆ କମିଟି ଗଠନ ହୋଇ ନାହିଁ | ପୁରୀର ସ୍ଥାନୀୟ ଲୋକ ଦର୍ଶନ କରିବା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ପୁରୀବାସିଙ୍କୁ ପଶ୍ଚିମ ଦ୍ୱାରରେ ଆଧର କାର୍ଡ ଦେଖାଇ ଛଡା ଯାଉଥିଲା | ବର୍ତ୍ତମାନ ଚାରି ଦ୍ୱାରରେ ଲମ୍ବା ଲାଇନ ଲାଗିଛି | ଭକ୍ତମାନେ ଖରାରେ ହନ୍ତସନ୍ତ ହେଉଛନ୍ତି | ସପ୍ତାହକୁ ଥରେ କିମ୍ବା ମାସକୁ ଚାରିଦିନ ପୁରୀ ବାସିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛନ୍ତି | ଲାଗି ରହିଥିବା ଭିଡ଼କୁ ନିୟନ୍ତ୍ରଣ କରାଯାଉ | ବାଚସ୍ପତିଙ୍କ ଅଧକ୍ଷତାରେ ଗଠିତ ହାଉସ କମିଟି, ପୁରୀ ଯାଇ ବୈଠକ କରିବା ସହିତ ସମସ୍ୟା ବିଷୟରେ ଅନୁଧ୍ୟାନ କରିବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବିଧାୟକ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now