ପଶ୍ଚିମବଙ୍ଗ ଦିଘାରେ ଜଗନ୍ନାଥଙ୍କ ମନ୍ଦିରକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ବୈଠକ ଶେଷ ହୋଇଛି l ବୈଠକରେ ମହାପ୍ରଭୁଙ୍କ ତିନି ବାଡର ବାଡ଼ଗ୍ରାହୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା l ବୈଠକରେ ୪ଟି ବିନ୍ଦୁକୁ ନେଇ ବିଶେଷ ଆଲୋଚନା ହୋଇଥିଲା l ପ୍ରଥମ ହେଉଛି ଦିଘା ଜଗନ୍ନାଥ ଧାମ ଏହା ନାମ ପରିବର୍ତ୍ତନ କରିବା ଲାଗି ସରକାରଙ୍କ ସ୍ତରରେ ପ୍ରୟାସ କରାଯାଉ l ଚାରିଧାମ ମଧ୍ୟରେ ଅନ୍ୟତମ ଧାମ ହେଉଛି ଶ୍ରୀକ୍ଷେତ୍ର ପୁରୀ ତେବେ ଅନ୍ୟ କୌଣସି ସ୍ଥାନରେ ଏହା ଧାମ ଲେଖାଯିବା ସମ୍ପୂର୍ଣ ଭୁଲ ବୋଲି ମତ ରଖିଥିଲେ ବାଡ଼ ଗ୍ରାହୀ ମାନେ l ସେହିପରି ମହାପ୍ରଭୁଙ୍କ ଦାରୁ କାଠ ବ୍ୟବହାର କରାଯାଇ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରାଯାଇଥିବା ଆଲୋଚନା ହେବା ସହ ଦାରୁ ଘରୁ ତାହା ନେବା ସମ୍ଭବ ନୁହେଁ,,ଯେଉଁ ମାନେ ସେଠାକୁ ଯାଇଥିଲେ ସେମାନେ ଏହାର ସଠିକ ଉତ୍ତର ଦେଇପାରିବେ ବୋଲି କହିଥିଲେ ସୁଭଦ୍ରାଙ୍କ ବାଡ଼ ଗ୍ରାହୀ ରାମ ଦାଶ ମହାପାତ୍ର l ଅନ୍ୟପଟେ ପଥରରେ ମହାପ୍ରଭୁଙ୍କ ମୂର୍ତ୍ତି ତିଆରି ହୋଇଥିବା ରୁ ପୁରୀରୁ କୌଣସି ସେବାୟତ ସେଠାକୁ ଯିବା ଉଚିତ ନୁହେଁ l ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି କେବଳ କାଠରେ ହେବା ଉଚିତ ଏବଂ ଗୋଟିଏ ସିଂହାସନରେ ପଥର ମୂର୍ତ୍ତି ଓ କାଠ ମୂର୍ତ୍ତି ପୂଜା ପାଉଛନ୍ତି ତାହା ହେବା କଥା ନୁହେଁ ବୋଲି ସୁଭଦ୍ରାଙ୍କ ବାଡ଼ଗ୍ରାହୀ ମତ ରଖିଛନ୍ତି l ସେହିପରି ଘଟଣାରେ ଦଇତାପତି ନିଯୋଗର ସମ୍ପାଦକ ନିଜେ ସମିଳନୀ ଥିବାରୁ ତାଙ୍କୁ ମୌଖିକ କିମ୍ବା ଲିଖିତ ଆକାରରେ ପଚାରଗଲେ ଘଟଣାର ସଠିକ ତଥ୍ୟ ମିଳିବ ବୋଲି ବରିଷ୍ଠ ଦଇତାପତି ସେବାୟତ କହିଛନ୍ତି l ସେହିପରି ପୂର୍ବରୁ ଶ୍ରୀ ମନ୍ଦିର ପ୍ରଶାସନ ସହ ଦେଉଳ କରଣ, ତଢ଼ାଉ କରଣ ଏବଂ ଛତିଶା ନିଯୋଗ ନାୟକଙ୍କ ସହ ବୈଠକ କରିଥିଲେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ l ଏହା ପରେ ତିନି ରଥର ମୁଖ ମହାରଣାଙ୍କ ସହ ଆଲୋଚନା ହୋଇଥିଲା ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ | ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ଵକର୍ମା ବିଜୟ ମହାପାତ୍ରଙ୍କ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସହ ଆଲୋଚନା ପରେ ପ୍ରତିକ୍ରିୟା।ଆମେ ଦୃଢ ଭାବରେ କହୁଛୁ ନବ କଳେବର ବଳକା ଖଣ୍ଡ କାଠରେ ମୂର୍ତ୍ତି ନିର୍ମାଣ ଅସମ୍ଭବ। ବିଗ୍ରହ ନିର୍ମାଣ ସରିବା ପରେ ତାହା ଦଇତାପତି ନିଯୋଗଙ୍କ ହେପାଜତରେ ରହିଥାଏ। ବଳକା କାଠରେ କୌଣସି ମୂର୍ତ୍ତି ନିର୍ମାଣ ମିଥ୍ୟା କଥା। ସେ ବାହାରୁ କେଉଁଠାରେ ମୂର୍ତ୍ତି କିଣି ନେଇଥିବେ ବୋଲି ଅନୁମାନ କରାଯାଇଛି |

Naxatra News is now on Whatsapp
Join and get latest news update delivered to you via whatsapp
Join Now