ପରମ୍ପରା ପୁଣି ବିଶ୍ୱାସ ଉପରେ ଆଧାରିତ । ବହୁବର୍ଷ ଧରି ଚାଲି ଆସୁଛି ଗ୍ରାମାଅଞ୍ଚଳରେ । ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାରେ ମାଟିରେ ଠାକୁରାଣୀଙ୍କୁ ଗାଁ ଦାଣ୍ଡରେ ପୂଜା କରାଯାଇ ଆର୍ଶୀବାଦ ଭିକ୍ଷା କରାଯାଏ ପରିବାରର ମଙ୍ଗଳ କାମନା କରିଥଆନ୍ତି । ପୁରୀ ଜିଲ୍ଲା ମଙ୍ଗଳପୁରର ମହିଳାମାନେ ସକାଳୁ ଉଠି ନିଜର ନିତ୍ୟ କର୍ମ ଶେଷ କରିବା ପରେ ନୂତନ ଶାଢୀ ପରିଧାନ କରି ହାତରେ ଭୋଗ ଥାଳୀ ଧରି ସମବେତ ହୁଅନ୍ତି ଗାଁର ମଝି ଭାଗରେ । ମାଟିରେ ଗୋଟିଏ ଘର କରାଯାଇ ତା ମଧ୍ୟରେ ତିନିଗୋଟି ଗର୍ତ୍ତ ଖୋଳ ଯାଇ ଠାକୁରାଣୀଙ୍କୁ ଆର୍ବିଭାବ କରାଯିବ ପରେ ସେଥିରେ ବିଭିନ୍ନ ରଙ୍ଗର ମୁରୁଜ ପକାଯାଇ ପିଢା ଉପରେ ଗୁଆ ରଖାଯାଇ ଫୁଲରେ ସଜ୍ଜାଯାଏ ମା’ଙ୍କୁ । ଶେଷ ହେବା ପରେ ହଳଦି ପାଣି ଏବଂ ପଣା ଅର୍ପଣ କରାଯାଏ ମା’ଙ୍କୁ । ।ସେହିପରି ଚାଷ ସରିଯାଇଥାଏ ଧରିତ୍ରୀ ମତକୁ ସମ୍ମାନ ଜଣାଇ ଏହି ପୂଜା କରାଯାଏ I ଏହି ପୂଜା ପଥ ଓଷାରୁ ପନ୍ଥେଇ ଓଷା ନାମରେ ପରିଣତ ହୋଇଛି ବୋଲି ସଂସ୍କୃତି ଗବେଷକଙ୍କ ମତ I

Naxatra News is now on Whatsapp
Join and get latest news update delivered to you via whatsapp
Join Now