ନବ ଦାସ ହତ୍ୟା ସମ୍ପର୍କିତ ଚାର୍ଜସିଟରେ ଷଡ଼ଯନ୍ତ୍ର ସମ୍ପର୍କରେ କିଛି ଉଲ୍ଲେଖ ନାହିଁ – ବାହିନୀ ପତି

ଭୁବନେଶ୍ୱର : ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ରାଜନୀତି ତେଜିଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ଏହି ଚାର୍ଜସିଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଚାର୍ଜ ସିଟ ଗ୍ରହଣ ଯୋଗ୍ୟ ନୁହେଁ ଓ ସେଥିରେ ଷଡ଼ଯନ୍ତ୍ର ସମ୍ପର୍କରେ କିଛି ଉଲ୍ଲେଖ ନାହିଁ ।

ସେ କହିଛନ୍ତି ଯେ ନବ ଦାସ ଜଣେ ବିଧାୟକ ଓ ମନ୍ତ୍ରୀ କ୍ରିମିନାଲ ନୁହଁନ୍ତି ଯେ ତାଙ୍କୁ କେହି ରାଗ ରଖି କି ମାରିଦ୍ୱେ । ଯଦି ବ୍ୟକ୍ତିଗତ କାରଣ ରୁ ଗୋପାଳ ହତ୍ୟା କଲା ତେବେ କାହିଁକି ସେ କାରଣ ଟି ଉଲ୍ଲେଖ କରାଯାଇ ନାହିଁ । ଚାର୍ଜ ସିଟକୁ ନେଇ ନବୀନ ବାବୁ ଖୁସି ହୋଇଥିବେ କିନ୍ତୁ ମୁଁ ନୁହେଁ । ନବ ହତ୍ୟାକାଣ୍ଡ ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି । ଏଥିରେ ବହୁତ ବଡ଼ ବଡ଼ିଆ ସାମିଲ ଥିବାରୁ ତଦନ୍ତ କୁ ବାଟବଣା କରାଯାଉଛି । ଘଟଣା କୁ ସମ୍ପୂର୍ଣ୍ଣ ଘଣ୍ଟ ଘୋଡ଼େଇ ସାରିଲେଣି । ବିଧାନସଭାରେ ଆମେ ବାରମ୍ବାର କହିଛୁ ନବ ଦାସ ଙ୍କ ହତ୍ୟା ଗୋଟେ ପ୍ଲାନଡ଼ ମର୍ଡର । ତଦନ୍ତ କୁ ନେଇ ଲୋକେ ସନ୍ତୁଷ୍ଟ ନୁହନ୍ତି । ସେଥିପାଇଁ କଂଗ୍ରେସ ଦାବି କରୁଛି ଚାର୍ଜ ସିଟି ରେ କିଛି ନାହିଁ ଜୁଡିସିଆରି ବା ଏସଆଇଟି ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *