ଚା ବିକି ପ୍ରଶଂସା ସାଉଁଟୁଛନ୍ତି ସୁଶିକ୍ଷିତା ଗୀତା

Spread the love

() ଚା ବିକ୍ରି କରି ପ୍ରଶଂସା ସାଉଁଟୁଛନ୍ତି ଉଚ୍ଚଶିକ୍ଷିତା ଯୁବତୀ । ଏଜୁକେସନ ଅନର୍ସ ରଖି ସ୍ନାତକ ଶିକ୍ଷା କଲା ପରେ କମ୍ପ୍ୟୁଟରରେ ଉଚ୍ଚଶିକ୍ଷା ଗ୍ରହଣ କଲେ । କିନ୍ତୁ ଉଚ୍ଚ ବେତନରେ ଚାକିରୀ କରିବାର ମୋହ ତୁଟେଇ ସେ ଚା ବିକ୍ରିକରି ପରିବାର ପୋଷଣ କରୁଛନ୍ତି । ନାରୀ ସଶକ୍ତିକରଣର ଉଦାହରଣ ସାଜିଛନ୍ତି କେନ୍ଦ୍ରାପଡା ବଡ ବାରଙ୍ଗ ଗାଁର ଗୀତାଞ୍ଜଳି ସାହୁ ।

ଗ୍ରାଜୁଏଟ ଚା ଦୋକାନୀ ଗୀତାଞ୍ଜଳି ସାହୁଙ୍କୁ ନେଇ ଚର୍ଚ୍ଚା। କେନ୍ଦ୍ରାପଡ଼ା ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରର ଠିକ୍ ସାମନାରେ ରହିଛି ଗୀତାଞ୍ଜଳିଙ୍କ ଦୋକାନ । ଗୀତାଞ୍ଜଳୀ ଜଣେ ଉଚ୍ଚଶିକ୍ଷିତା ଯୁବତୀ । ଏଜୁକେସନ ଅନର୍ସ ରଖି ସେ ବିଏ ପାସ କରିବା ସହ ପିଜିଡିସିଏ ପାଠ୍ୟକ୍ରମ ମଧ୍ୟ ଶେଷ କରିଛନ୍ତି । କିନ୍ତୁ ଚାକିରୀ କରିବାର ସବୁ ମୋହ ଛାଡି ସେ ନିଜ ବାପାଙ୍କ ଚା ଦୋକାନର ଦାୟିତ୍ବ ନେଇଛନ୍ତି । ନିଜେ ଭଳିକି ଭଳି ମିଠା ଏବଂ ଜଳଖିଆ ତିଆରି କରିବାରେ ସେ ପାରଙ୍ଗମ । କିନ୍ତୁ ତାଙ୍କ ଚା ପାଇଁ ସେ ବେଶ ପରିଚିତ । ତାଙ୍କ ଚା ପିଇ ନିକଟରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟପାର ମନ୍ତ୍ରୀ ନିତୀଶ ପ୍ରମାଣିକ ଖୁବ୍ ପ୍ରଶଂସା କରିଥିଲେ। ସୋସିଆଲ ମେଡିଆରେ ଭିଡିଓ ଭାଇରାଲ ହେବା ପରେ ଗୀତାଞ୍ଜଳିଙ୍କ ଦୋକାନରେ ଆହୁରି ଜମୁଛି ଭିଡ ।

ଦୋକାନ ସହ ଘରର ସବୁ ଦାୟିତ୍ଵ ଗୀତାଞ୍ଜଳିଙ୍କ କାନ୍ଧରେ । ସକାଳୁ ଉଠି ଘର କାମ କରିବା ସହ ରୋଷେଇ ସାରି ଦୋକାନକୁ ବାହାରି ପଡନ୍ତି ସେ। ପୁଣି ରାତିକୁ ଫେରନ୍ତି । ବ୍ୟବସାୟରେ ତାଙ୍କୁ ତାଙ୍କ ବାପା ଓ ମା ମଧ୍ୟ ସହଯୋଗ କରନ୍ତି । ନିଜର ପୁଅଟିଏ ନାହିଁ ବୋଲି ଗୀତାଞ୍ଜଳିଙ୍କ ବାପା ମାଙ୍କର ତିଳେମାତ୍ର ଦୁଃଖ ନାହିଁ। ତାଙ୍କର ଏହି ଝିଅଟି ପୁଅଠାରୁ ମଧ୍ୟ ଅଧିକ ବୋଲି କହିଛନ୍ତି ତାଙ୍କ ବାପା । ତେବେ ଗୀତାଞ୍ଜଳିଙ୍କ ମଧୁର ବ୍ୟବହାର ଓ ସୁଆଦିଆ ଚା କପ୍ ଗ୍ରାହକମାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି ।

Leave a Reply

Your email address will not be published. Required fields are marked *