ଆଜି ହେଉଛି ଚୈତ୍ର ପୂର୍ଣ୍ଣିମା I ଏହି ଅବସରରେ ପୂର୍ବବର୍ଷ ଭଲି ଆଜି ଉତ୍ସାହ ଉଦ୍ଦୀପନାର ସହ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମହାସ୍ନାନ ଉତ୍ସବ ପାଳିତ କରାଯାଇଛି । ମା’ ଙ୍କୁ ଜଳାଭିଷେକ କରିବା ପାଇଁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ରୋଗ, ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇବା ପାଇଁ ଏହି ଜଳାଭିଷେକ ଆୟୋଜିତ କରାଯାଇଥାଏ । ଭକ୍ତଙ୍କ ପାଇଁ ମନ୍ଦିର କମିଟି ପକ୍ଷରୁ ମା’ ଙ୍କ ଠାରେ ଲାଗି ହୋଇଥିବା ଛପନ ଭୋଗ ବଣ୍ଟାଯାଏ । ମା’ଙ୍କ ଜଳାଭିଷେକ ପାଇଁ ରାତି ୨ ଟାରୁ ଶ୍ରଦ୍ଧାଳୁ ମାନେ ମା’ଙ୍କ ମନ୍ଦିର ଭିଡ ଜମିଥାଏ । ଏଠାରେ ବିଶ୍ୱାସ ରହିଛି ଯେ ଏହି ଦିନ ମା’ଙ୍କ ଜଳାଭିଷେକ କଲେ ଯିଏ ଯାହା ମାନସିକ କଲେ ମା ତାହା ପୂରଣ କରିଥାନ୍ତି । ଏ ସବୁରୁ ରକ୍ଷା ପାଇବା ବିଶ୍ୱାସ ନେଇ ପ୍ରତିବର୍ଷ ମା’ଙ୍କ ମହାସ୍ନାନ ଉତ୍ସଵ ପାରମ୍ପାରିକ ଭାବରେ ପାଳିତ ହୋଇ ଆସୁଛି । ଏହି ସମସ୍ତ କାର୍ଯକ୍ରମ ପାଇଁ ସମଲେଶ୍ଵରୀ ମନ୍ଦିର କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥାଏ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now