ସଂସ୍କୃତି ବିଭାଗ ପକ୍ଷରୁ ଜୟନ୍ତୀ ଅବସରରେ ନୀଳମଣି ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି

Spread the love

ଭୁବନେଶ୍ୱର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ନୀଳମଣି ରାଉତରାୟଙ୍କ ୧୦୩ତମ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆଜି ପ୍ରତ୍ୟୁଷରେ ଭୁବନେଶ୍ୱର ଏଜି ଛକସ୍ଥିତ ତାଙ୍କ ପ୍ରତିମୂର୍ତିସ୍ଥଳୀରେ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ଶିକ୍ଷାବିତ କାମଦେବ ମହାପାତ୍ର କବିତା ଆବୃତି କରିବା ପରେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ଅଧ୍ୟାପକ ଡଃ ରଙ୍ଗାଧର ସାହୁ, ରମେଶ ଚନ୍ଦ୍ର ପାତାଳସିଂହ, ସ୍ୱର୍ଗତ ରାଉତରାୟଙ୍କ ପୁତ୍ରବଧୁ ଡଃ ଜ୍ୟୋତି ରାଉତରାୟ, ନାତି ଦୁର୍ଗାଦତ ରାଉତରାୟ, ନାତୁଣୀବୋହୁ ଋତୁପର୍ଣ୍ଣା ରାଉତରାୟ, ପ୍ରତିଚୀରଶ୍ମି ରାଉତରାୟ, ଗିରିଜା ଶଙ୍କର ମହାପାତ୍ର, ରବି ସାମଲ, ବିଜୟ ପରିଡ଼ା, କବି ସୁଦର୍ଶନ ପ୍ରଧାନ, ଶ୍ରଦ୍ଧାଞ୍ଜଳି ରାୟ, ଇଲା ସ୍ୱାଇଁ, ଉଇ ଫର ଭୁବନେଶ୍ୱର ପକ୍ଷରୁ ନରେନ୍ ସାହୁ ଓ ସଭ୍ୟବୃନ୍ଦ, ଜୟ ଓଡ଼ିଶା ଅଧ୍ୟକ୍ଷ ରୁଦ୍ରନାରାୟଣ ସାମନ୍ତରାୟ ପ୍ରମୁଖ ନିଜ ବକ୍ତବ୍ୟରେ ନୀଳମଣି ବାବୁଙ୍କ ସଂଗ୍ରାମୀ ଜୀବନ, ରାଜନୈତିକ କାର୍ଯ୍ୟକଳାପ, ଶାସନ ଦକ୍ଷତା ସମ୍ପର୍କରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶିକ୍ଷାବିତ୍ କାମଦେବ ମହାପାତ୍ରଙ୍କୁ ନୀଳମଣି ରାଉତରାୟ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା

Leave a Reply

Your email address will not be published. Required fields are marked *