ବରଗଡ: ଧର୍ମର ଜୟ ଏବଂ ଅଧର୍ମର ବିନାଶର ବାର୍ତ୍ତା ନେଇ ବରଗଡ଼ ଜିଲ୍ଲା ଭେଡେନ ଠାରେ ଚାଲିଥିବା ଅଖଣ୍ଡ ଶ୍ରୀହରି ନାମ ଯଜ୍ଞ ଉଦଯାପିତ ହୋଇଯାଇଛି । ଦଶ ଦିନ ଧରି ଏହା ଚାଲିଥିବାବେଳେ ରାବଣ ଦରବାର, ଅଯୋଧ୍ୟା ମଣ୍ଡପ ମଞ୍ଚରେ ଚାଲିଥିବା ମହା ନାଟକ ର ବେଶ୍ ମଜା ଉଠାଇଥିଲେ ଦର୍ଶକ ।
ଉଦଯାପିତ ହୋଇଛି ବରଗଡ ଜିଲ୍ଲା ଭେଡେନ ର ପ୍ରସିଦ୍ଧ ରାମଲୀଳା ମହୋତ୍ସବ । ଗତ ୧୨ ତାରିଖରୁ ଭେଡେନ ଠାରେ ବିଶ୍ଵ ଶାନ୍ତି ଅଖଣ୍ଡଶ୍ରୀହରି ନାମଯଜ୍ଞ ଚାଲିଥିଲା । ଗୋଟିଏ ପଟେ ରାମଲୀଳା ଆଉ ଅନ୍ୟପଟେ ରାବଣ ଦରବାର ଦର୍ଶକଙ୍କୁ ଆକର୍ଷିତ କରିଥିଲା । ରାମ ଜନ୍ମ ଠାରୁ ଆରମ୍ଭ କରି ରାବଣର ମୃତ୍ୟୁ ପର୍ଯ୍ୟନ୍ତ ରାମାୟଣର ପ୍ରତିଟି ଦୃଶ୍ୟକୁ ନିଜର ଜୀବନ୍ତ ଅଭିନୟ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ କଳାକାର। ଯାହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଖାଲି ସେତିକି ନୁହେଁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମୀନା ବଜାରର ମଧ୍ୟ ଭରପୁର ମଜା ଉଠାଇଥିଲେ ଦର୍ଶକ ।
ଗତ ୨୦ ବର୍ଷ ଧରି ଭେଡେନ ଠାରେ ଆୟୋଜିତ ହୋଇଆସୁଛି ବିଶ୍ୱଶାନ୍ତି ଅଖଣ୍ଡ ଶ୍ରୀହରି ନାମଯଜ୍ଞ । କରୋନା ମହା ମାରୀ ଯୋଗୁଁ ଗତ ଦୁଇ ବର୍ଷ ହେବ , ଏହି କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ଏ ବର୍ଷ ପୁଣି ଆୟୋଜନ ହୋଇଥିବାରୁ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ମହୋତ୍ସବର ପ୍ରତ୍ୟେକ ସଂଧ୍ୟାରେ ନେତା ,ମନ୍ତ୍ରୀ, ବରିଷ୍ଠ ଅଧିକାରୀ ତଥା ବିଶିଷ୍ଟ ଲୋକ ଅତିଥିଭାବେ ଯୋଗଦେଇଥିଲେ । ତେବେ ଉଦଯାପନୀ ଦିବସରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ।
ଭେଡେନ ରାମଲୀଳା ମହୋତ୍ସବ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହ ଏହା ଏକ ସାଂସ୍କୃତିକ ମହୋତ୍ସବ ରେ ପରିଣତ ହୋଇସାରଛି। ଯେଉଥିପାଇଁ ଏହାର ଲୋକପ୍ରିୟତା ଦିନକୁ ଦିନ ବଢି ବଢି ଚାଲିଛି।
ଧ୍ରୁବ କର୍ମୀଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now