ଓଡ଼ିଶାକଟକଶିକ୍ଷା/ଗବେଷଣା

ଏପ୍ରିଲ 3ରୁ ହେବ ଦଶମ ଖାତାଦେଖା: ବୋର୍ଡ

        

କଟକ: ଆସନ୍ତା ମାସ 3 ତାରିଖରୁ ଆରମ୍ଭ ହେବ ଦଶମ ଶ୍ରେଣୀ ଖାତା ଦେଖା । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା । ଦଶମ ପରୀକ୍ଷା ଆଜି ଶେଷ ହୋଇଥିବା ବେଳେ ଏପ୍ରିଲ ମାସରେ ଖାତାଦେଖା ଆରମ୍ଭ ହୋଇ 45 ଦିନରେ ଖାତାଦେଖା ସଂପୂର୍ଣ୍ଣ କରିବାକୁ ଆଶା ରଖିଛନ୍ତି ସଭାପତି ।  ବୋର୍ଡ ସଭାପତିଙ୍କ ସୂଚନା ଅନୁସାରେ ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ ଖାତା ସୁରକ୍ଷିତ ଯିବ, ଯେଉଁଠାରେ ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ 56ଟି କେନ୍ଦ୍ରର ବ୍ୟବସ୍ଥା  କରାଯାଇଛି ।

ତେବେ ଆଜି ଶେଷ ହୋଇଛି ମ୍ୟାଟ୍ରିକ ପରୀକ୍ଷା । ଶେଷ ଦିନରେ ଗଣିତ ପରୀକ୍ଷା ଦେଇଛନ୍ତି ଛାତ୍ର ଛାତ୍ରୀ । ମାର୍ଚ୍ଚ 10 ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହେଲା ମ୍ୟାଟ୍ରିକ ପରୀକ୍ଷା । ପରୀକ୍ଷା କୁ ସୁରୁଖୁରୁରେ କରିବା ପାଇଁ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ପରୀକ୍ଷା ସମୟରେ ଆଜି କେତେକ ସ୍ଥାନରେ ଅନିୟମିତତା ଦେଖାଯାଇଥିବା ସୂଚନା ରହିଛି । ତେବେ ପରୀକ୍ଷା ଶେଷ ହୋଇଥିବାରୁ ଆଜି ପରିକ୍ଷାର୍ଥୀମାନେ କେତେକ ସ୍ଥାନରେ ଖୁସି ମନାଉଥିବା ଦେଖିବାକୁ ମିଳିଛି । ଏମିତି କି କେତେକ ସ୍କୁଲରେ ପିଲାମାନେ ହୋଲି ଖେଳିଛନ୍ତି।  

Leave a Reply

Your email address will not be published.

Back to top button