ପଶ୍ଚିମା ଝଡର ପ୍ରଭାବରେ ଆଜିଠୁ ବର୍ଷିବ ବର୍ଷା

Spread the love

ଭୁବନେଶ୍ୱର: ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ । ଝଡର ପ୍ରଭାବରେ ରାଜ୍ୟର ପ୍ରତ୍ୟକ ଜିଲ୍ଲାରେ ପାଗ ରହିଛି କୋହଲା । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେତକ ଜିଲ୍ଲାକୁ ସତର୍କତା ଜାରି କରିଛି ।

ଉତ୍ତର ମଧ୍ୟପ୍ରଦେଶରୁ ଦକ୍ଷିଣ ତାମିଲନାଡୁ ପର୍ଯ୍ୟନ୍ତ ଏକ ନିମ୍ନଚାପ ରେଖା ରହିଥିବା ବେଳେ । ଗାଙ୍ଗେୟ ପଶ୍ଚିମବଙ୍ଗ ରୁ ଉତ୍ତର ଓଡିଶା ପର୍ଯ୍ୟନ୍ତ ଆଉ ଏକ ନିମ୍ନଚାପ ରେଖା ଗତ କିଛିଦିନ ହେବ ଦେଖାଦେଇଛି ।  ସେଥିପାଇଁ ଓଡିଶାରେ ଗତ କିଛି ଦିନ ହେବ ବର୍ଷାର ପ୍ରଭାବ ଲାଗି ରହଛି । ବର୍ତ୍ତମାନ ପଶ୍ଚମା ଝଡର ପ୍ରଭାବରେ ଜାମ୍ମୁକାଶ୍ମୀର ଓ ଲଦାଖ ର କିଛି ଜାଗାରେ ବର୍ଷା ଲାଗି ରହିଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏନେଇ ଆଜି 15 ଜିଲ୍ଲାକୁ ସତର୍କତା ଜାରିକରାଯାଇଛି । ଉକ୍ତ ଜିଲ୍ଲାଗୁଡିକ ହେଲା ନୂଆପଡା, ବରଗଡ, ଝାରସୁଗୁଡା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ସୁନ୍ଦରଗଡ, କେଉଁଝର, ମୟୁରଭଞ୍ଜ, ଦେବଗଢ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ବର୍ଷା ପବନ ସହ ଘଡଘଡି ମାରିବାର ସମ୍ଭାବନା ଅଛି ।

ଶୁକ୍ରବାର ବେଳକୁ ରାଜ୍ୟର ପ୍ରତ୍ୟକ ଜିଲ୍ଲାରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିବା ସହ 30 ରୁ 40 ବେଗରେ ପବନ ବହିବାର ରହିଥିବାବେଳେ ଏନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ତେବେ ବିଶେଷ କରି ବର୍ଷାର ପ୍ରଭାବରେ ଉତ୍ତର ଉପକୂଳ ଓ ସଂଲଗ୍ନ 16 ଜିଲ୍ଲା ବେଶି ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ସେହି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣଂ ଜାରିକରିଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *