ପଞ୍ଚ ତାରକା ହୋଟଲରେ ପାଣ୍ଡିଆନ୍!

Spread the love

ନୂଆ ସରକାର ଶପଥ ନେବା ପୂର୍ବରୁ ଦିଲ୍ଲୀ ପଳାଇଲେ ପାଣ୍ଡିଆନ୍ । ରାତିରେ ବିମାନ ଯୋଗେ ସେ ଦିଲ୍ଲୀ ପଳାଇଥିବା ଜଣାପଡିଛି । ବିଜେଡି ସରକାରର ବିପର୍ଯ୍ୟୟ ପଛରେ ପାଣ୍ଡିଆନଙ୍କର ଗୋଟିଏ ବଡ ଭୂମିକା ରହିଛି ବୋଲି କୁହାଯାଉଛି । ହେଲେ ପରାଜୟ ପାଇଁ ସେ ଉତରଦାୟିତ୍ୱ ନେବେ କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । କିନ୍ତୁ ଫଳାଫଳ ଘୋଷଣା ପରଠୁ ସେ ନିରୁଦ୍ଦିଷ୍ଟ ଥିବା ବେଳେ ହଠାତ ତାଙ୍କ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଏକାକୀ ଟ୍ରଲି ବ୍ୟାଗ ଧରି ବିମାନରେ ଯାଉଥିବା ଦେଖିବାକୁ ମିଳିଛି ।

ନିର୍ବାଚନରେ ବିଜେଡି ବିପର୍ଯ୍ୟୟର ସାମ୍ନା କରିଛି । ଆଉ ବିଜେଡିର ଏହି ବିପର୍ଯ୍ୟୟ ପାଇଁ କିଏ ଦାୟୀ , ସେ ନେଇ ଚର୍ଚ୍ଚା ଚାଲିଛି । ନବୀନ ନିବାସରେ ନେତାଙ୍କ ବୈଠକ ବସୁଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ବିଜେଡିର ଦୁଇ ନମ୍ବର ଷ୍ଟାର ପ୍ରଚାରକ ଥିବା ଭି.କେ.ପାଣ୍ଡିଆନଙ୍କୁ ଦେଖିବାକୁ ମିଳୁନି । ଯାହା ଏବେ ସୋସିଆଲ ମିଡିଆଠାରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚାର ବିଷୟ ହୋଇଛି ।

ନିର୍ବାଚନ ଫଳାଫଳକୁ ଆସିବାର ଦୁଇ ଦିନ ପରେ ବି ଭି.କେ.ପାଣ୍ଡିଆନ କୁଆଡେ ଗଲେ, ସେ ନେଇ ସାରାରାଜ୍ୟରେ ଚର୍ଚ୍ଚା ଥମୁନି । ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ପ୍ରମୁଖ ଗଣମାଧ୍ୟମରେ ପାଣ୍ଡିଆନ କୁଆଡେ ଗଲେ ବୋଲି ଆଲୋଚନା ହେଉଛି । ପ୍ରଶ୍ନ କରୁଛନ୍ତି, ଚଳିତ ନିର୍ବାଚନରେ ବିଜେଡିର ଯଦି କୌଣସି ନେତା ସର୍ବାଧିକ ପ୍ରଚାର କରିଛନ୍ତି ଏବଂ ଗାଁରୁ ସହର ନିଜର ଉପସ୍ଥିତି ଜାହିର କରିଛନ୍ତି ସେ ହେଉଛନ୍ତି ପାଣ୍ଡିଆନ୍ । ଏହି ଚର୍ଚ୍ଚା ଭିତରେ ଖବର ଆସିଛି, ସେ ଗତକାଲି ସନ୍ଧ୍ୟାରେ ଦିଲ୍ଳୀ ଚାଲି ଯାଇଛନ୍ତି । କିନ୍ତୁ ଦିଲ୍ଲୀରେ ପଞ୍ଚ ତାରକା ହୋଟେଲରେ ଥିବା ନେଇ ସାଧାରଣରେ ଚର୍ଚ୍ଚା ସୃଷ୍ଟି ହୋଇଛି । ତେବେ ବିଜେଡିର ନେତାଙ୍କ ବୈଠକରେ ମଧ୍ୟ ପାଣ୍ଡିଆନ୍ ଅନୁପସ୍ଥିତ ରହିବା ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

ସାରା ଓଡିଶା ବୁଲି ବୁଲି ବିଜେଡି ପାଇଁ ପ୍ରଚାର କରୁଥିଲେ ପାଣ୍ଡିଆନ । ନିର୍ବାଚନ ସମୟରେ ପ୍ରତ୍ୟେକ ଦିନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଦମ୍ଭୋକ୍ତି ପ୍ରକାଶ କରୁଥିଲେ । ଏପରକି କହିଥିଲେ ବିଜେଡି ସରକାରକୁ ନ ଆସିଲେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ । ଏବେ ଗଣମାଧ୍ୟମକୁ ଆସି ପାଣ୍ଡିଆନ କେବେ ପ୍ରତିକ୍ରିୟା ରଖିବେ ସେ ନେଇ ଉକ୍ରଣ୍ଠା ବଢ଼ିଛି ।

ଏହାରି ଭିତରେ ପାଣ୍ଡିଆନ ତାଙ୍କ ଇନଷ୍ଟାଗ୍ରାମ ଆକାଉଂଟରେ ସେ ବିଜେଡି ସଦସ୍ୟ ବୋଲି ହଟାଇ ଦେଇଛନ୍ତି । ନବୀନଙ୍କ ସହ ସେ କାମ କରିଥିବାରୁ ଖୁସି ବୋଲି ଉଲ୍ଲେଖ କରିଛନ୍ତି । ଆଉ ଇନଷ୍ଟାଗ୍ରାମରୁ ବିଜେଡି ସଦସ୍ୟ ଟ୍ୟାଗ ହଠାଇ ଦେବା ପରେ ତାଙ୍କ ପରବର୍ତି ପଦକ୍ଷେପ ନେଇ ସସପେନ୍ସ ବଢ଼ିଛି ।

Leave a Reply

Your email address will not be published. Required fields are marked *