ହରିଆଣା ବିଧାନସଭା ନିର୍ବାଚନରେ ଆପ୍ ସହ କଂଗ୍ରେସର ସମ୍ଭାବ୍ୟ ମେଣ୍ଟକୁ ନେଇ ବଢ଼ିଲାଣି ଆଭ୍ୟନ୍ତରୀଣ କନ୍ଦଳ। କଂଗ୍ରେସ ନେତା ଭୂପେନ୍ଦ୍ର ହୁଡ୍ଡା ହାଇକମାଣ୍ଡଙ୍କ ବିରୁଦ୍ଧରେ ବିଦ୍ରୋହର ସ୍ୱର ତେଜ୍ କଲେଣି। କଂଗ୍ରେସ ଛାଡ଼ି ନୂଆ ଦଳ ଗଢ଼ିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ଏ ନେଇ କୌଣସି ମନ୍ତବ୍ୟ ଦେବାକୁ ଗଣମାଧ୍ୟମରେ ଏଡ଼ାଇ ଯାଇଛନ୍ତି ହୁଡ୍ଡା। ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡ୍ଡା ଓ ତାଙ୍କ ପୁଅ ଦୀପେନ୍ଦ୍ର ସିଂ ହୁଡ୍ଡାଙ୍କ ପରବର୍ତ୍ତୀ ରାଜନୈତିକ ଗତିକୁ ନେଇ ଏବେ ସମସ୍ତଙ୍କ ନଜର। ଏମିତିରେ ଦଳୀୟ ଟିକଟ ଚୟନରେ ବି ପୂର୍ବରୁ ଅସନ୍ତୋଷ ଜାହିର୍ କରିଛନ୍ତି ହୁଡ୍ଡା।
Naxatra News is now on Whatsapp
Join and get latest news update delivered to you via whatsapp
Join Now