ଆଜି ବସିବ ମୋଦି ସରକାର 3.0ର ପ୍ରଥମ କ୍ୟାବିନେଟ୍ ବୈଠକ

Spread the love

ମୋଦି ୩.୦ ସରକାର ଶପଥ ଗ୍ରହଣ ପରେ ଆଜି ବସିବ ପ୍ରଥମ କ୍ୟାବିନେଟ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ତୃତୀୟ ପାଳି ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ ବସିବ । ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ବସିବ କ୍ୟାବିନେଟ୍ ବୈଠକ। ସେଠାରେ ଶହେ ଦିନ କାର୍ଯ୍ୟଖସଡା ଉପରେ ଆଲୋଚନା ସମ୍ଭାବନା ରହିଛି।

 ଆଜି ବସିବାକୁ ଥିବା କ୍ୟାବିନେଟ ମିଟିଂ ପୂର୍ବରୁ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇ ପାରେ ବୋଲି ସୂଚନା ମିଳୁଛି।  ବିକଶିତ ଭାରତ ମିଶନ ତଥା ମୋଦି ଗ୍ୟାରେଣ୍ଟିକୁ ନଜରରେ ରଖି ମନ୍ତ୍ରୀଙ୍କୁ ବିଭାଗ ମିଳିପାରେ ବୋଲି ଆଲୋଚନା ହୋଇଛି।  

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ କ୍ୟାବିନେଟ୍ ଶପଥ ନେଇଥିଲା। ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ତାଙ୍କ ସହ ଶପଥ ନେଇଥିଲେ ଏନଏଡି ସରକାରର ୭୧ ଜଣ ମନ୍ତ୍ରୀ । ସେମାନଙ୍କ ଭିତରେ ୩୦ ଜଣ କ୍ୟାବିନେଟ୍, ୫ ଜଣ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଓ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି ।

Leave a Reply

Your email address will not be published. Required fields are marked *