କାହାକୁ ମିଳିବ “ସୁଭଦ୍ରା” ଟଙ୍କା

Spread the love

ରାଜ୍ୟରେ ବିଜେପି ସରକାର ଆସିବା ପରେ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶୃତି ପୂରଣ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ପ୍ରଥମ ଦିନରେ ଚାରିଟି ପ୍ରସଙ୍ଗ ଉପରେ କ୍ୟାବିନେଟ୍ ମୋହର ମାରିବା ସହ ଶୀଘ୍ର ପୂରଣ ପାଇଁ ଘୋଷଣା କରିଛନ୍ତି । ସେହି ଘୋଷଣା ଭିତରେ ଅନ୍ୟତମ କଥାଟି ଥିଲା ସୁଭଦ୍ରା ଯୋଜନା ଲାଗୁ କରିବା । ତେବେ ପ୍ରଥମ ଦିନରୁ ହିଁ ଏହି ଯୋଜନାର ହିତାଧିକାରୀ କେଉଁ ମହିଳା ହୋଇପାରିବେ ତାକୁ ନେଇ ଦ୍ବନ୍ଦ ଉପୁଜିଥିଲା । ସରକାରଙ୍କ ନିଷ୍ପତି ଅନୁଯାୟୀ ୧୦୦ ଦିନ ଭିତରେ ଏହାକୁ କାର୍ଯ୍ୟକାରୀ କରାଯିବ । ତେବେ କିଏ ଏହି ଯୋଜନାରୁ ଲାଭ ପାଇବେ ଓ କେମିତି କରିବେ ଆବେଦନ ସେ ସମ୍ପର୍କରେ କିଛି ତଥ୍ୟ ଉପରେ ଆସନ୍ତୁ ନଜର ପକାଇବା । ଜାଣିବା ।

ସୁଭଦ୍ରା ଯୋଜନା ହିତାଧିକାରୀ ହେବା ପାଇଁ ,କେବଳ ବିବାହିତା ମହିଳା ମାନେ ହିଁ ଏଥିରେ ଅନ୍ତର୍ଭୁକ୍ତ ହୋଇପାରିବେ । ମହିଳା ଜଣଙ୍କ ଓଡି଼ଶାର ବାସିନ୍ଦା ହୋଇଥିବେ । ମହିଳାଙ୍କ ବୟସ ୨୩ରୁ ୫୯ ମଧ୍ୟରେ ହେବା ଜରୁରୀ । ଆବେଦନକାରୀ କୌଣସି ସରକାରୀ ଚାକିରୀ କରିନଥିବେ । ଗୋଟିଏ ପରିବାରରୁ ଜଣଙ୍କୁ ସୁଭଦ୍ରା ଭାଉଚର ମିଳିବ। ଅଙ୍ଗନବାଡି କର୍ମୀ ମଧ୍ୟ ହୋଇପାରିବେ ସାମିଲ ।ଯୋଗ୍ୟ ହିିତାଧିକାରୀ ହୋଇଥିଲେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଧାରିତ ୱେବସାଇଟରେ ଆବେଦନ କରିବାକୁ ପଡିବ । ଆବେଦନକାରୀମାନେ ସୁଭଦ୍ରା ୱେବସାଇଟକୁ ଯାଇ ନିଜର ଆବେଦନ କରିବେ ।

ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଆଧାର କାର୍ଡ୍ ,ବ୍ୟାଙ୍କ୍ ଆକାଉଂଟ୍ ତଥ୍ୟ, ପାସପୋର୍ଟ୍ ଫଟୋ , ମୋବାଇଲ ନମ୍ବର, ରାସନ କାର୍ଡ , ଆୟ ପ୍ରମାଣ ପତ୍ର, ଘର ଠିକଣା ପ୍ରମାଣ ପତ୍ର ଇତ୍ୟାଦି ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ ।

ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଆସିନାହିଁ । ଖୁବଶୀଘ୍ର ଆବେଦନ ଆରମ୍ଭ ହେବ ବୋଲି କୁହାଯାଉଛି ।ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ବିଭାଗୀୟ ବୈଠକରେ ସୁଭଦ୍ରା ଯୋଜନାକୁ ନେଇ ଆଲୋଚନା କରିଛନ୍ତି । ଏବଂ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରି ୧୦୦ ଦିନ ଭିତରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *