କେବେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦୀ ?

Spread the love

ଜୁନ୍ ୮ ତାରିଖରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ ।  ୮ ତାରିଖ ସନ୍ଧ୍ୟାରେ ମୋଦୀ ଶପଥ ଗ୍ରହଣ କରିବା ନେଇ ସୂଚନା ରହିଛି । ଏହାସହ ସେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସମକକ୍ଷ ହେବାକୁ ଯାଉଛନ୍ତି । ଜନାଦେଶ ପରେ ଗଣମାଧ୍ୟମରେ ଏଭଳି ଚର୍ଚ୍ଚା ହେଉଛି ।

ଚଳିତ ଲୋକସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି NDA । ଯାହାଫଳରେ କେନ୍ଦ୍ରରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ତେବେ ନୂଆ ସରକାର ଶପଥ ଗ୍ରହଣ ତାରିଖ ଓ ସମୟ ମଧ୍ୟ ସ୍ଥିର କରାଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହ ଜୁନ୍ ୮ ତାରିଖ ସନ୍ଧ୍ୟାରେ ହୋଇପାରେ । ଶପଥ ଗ୍ରହଣ ଉତ୍ସବ ପାଇଁ ଏବେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ସେହିପରି ନୂଆ ମନ୍ତ୍ରୀମଣ୍ଡଳକୁ ନେଇ ମଧ୍ୟ ବିଜେପିର ସହଯୋଗୀ ଦଳମାନଙ୍କ ସହ ଘନଘନ ଆଲୋଚନା ଓ ବୈଠକ ଜାରି ରହିଛି। ଆସନ୍ତା ୨-୩ ଦିନ ମଧ୍ୟରେ ନାଁ ଚୁଡ଼ାନ୍ତ ହେବ ବୋଲି ଚର୍ଚ୍ଚା ହେଉଛି। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ମାତ୍ରେ ନରେନ୍ଦ୍ର ମୋଦୀ ଏକ ନୂଆ ରେକର୍ଡର ଅଧିକାରୀ ହେବେ । ସେ ଦେଶର ଦ୍ୱିତୀୟ ନେତା ହେବେ ଯିଏ କ୍ରମାଗତ ତୃତୀୟ ଥର ପାଇଁ ନିର୍ବାଚନରେ ​​ଜିତି ଦେଶର ପ୍ରଧାନମନ୍ତ୍ରୀ ହେବେ। ଏହାପୂର୍ବରୁ ଏହି ରେକର୍ଡ ଜବାହରଲାଲ୍‌ ନେହେରୁଙ୍କ ନାମରେ ଥିଲା ।

Leave a Reply

Your email address will not be published. Required fields are marked *